ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା
7/04/2019 at 5:51 PM

ପୁରୀ ୭|୪ : ବିଜେପିରେ ୧୬ ବର୍ଷ ଧରି କାର୍ଯ୍ୟ କରୁଥିବା ପୁରୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ଆଜି ବିଦ୍ଧିବଧ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେପି ଦଳ ତାଙ୍କ ପ୍ରତି ଅଣଦେଖା କରିବା ସହ ତାଙ୍କୁ ପୁରୀରୁ ପ୍ରାର୍ଥୀ କରିବାକୁ କହି ଶେଷ ମୁହୁର୍ତ୍ତରେ ଦଳ ବାହାରୁ ବିଧାୟକ ପ୍ରାର୍ଥୀ କରିଥିବାରୁ ଦଳ ତାଙ୍କ ପ୍ରତି ଅବିଚାର କରିଛି। ନିଷ୍ଠାପର ଭାବରେ ଦଳ ପ୍ରତି କାର୍ଯ୍ୟ କରିବା ସହ ଏକଥା ଦଳ ଜାଣି ନପାରିବାରୁ କୃଷ୍ଣ ଦଳ ପରିତ୍ୟାଗ କରିଛନ୍ତି। କଳାଟଙ୍କା ନେଇ ଦଳର କିଛି ଜାତୀୟ ସ୍ତରର ଉପସଭାପତି ଓ ସତ୍ୟବାଦୀର ଜଣେ ସୁନାବେପାରୀ ତାଙ୍କ ବିରୁଦ୍ଧରେ ଏଭଳି ଚକ୍ରାନ୍ତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୃଷ୍ଣ ଅଭିଯୋଗ କରିଛନ୍ତି। ତେବେ କୃଷ୍ଣଙ୍କ ସହ ଜଣେ ସକ୍ରିୟ କାଉନସିଲର ଓ ଶତାଧିକ କର୍ମୀ ଦଳ ଛାଡ଼ିଛନ୍ତି।