Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ପରକୀୟା ପ୍ରୀତିରୁ ପୋଡି ମାରିବା ଘଟଣା : ବିବାହିତା ପ୍ରେମିକା ମଧୁ ଅଟକ

8/10/2019 at 9:25 AM

ଜଗତସିଂହପୁର ୮।୧୦: କୃଷ୍ଣଚନ୍ଦ୍ର ଚମ୍ପତିରାୟ ପୋଡି ଘଟଣାରେ ତଥା କଥିତ ଅଭିଯୁକ୍ତ ମଧୁ ଓରଫ ମଧୁସ୍ମିତା ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ । ସେ ରହୁଥିବା କଟକ କାଠଗଡା ସାହିକୁ ଯାଇ ପୋଲିସ ତାଙ୍କୁ ପଚରା ଉଚରା କରିବା ସହ ସେଠାରୁ ଆଣି ଏକ ଅଜ୍ଞାତ ସ୍ଥାନାରେ ରଖି ଜେରା କରୁଛି । ଏଥି ସହିତ ପୋଲିସ ଗତକାଲି ରାତିରେ ମଧୁଙ୍କର ଦୁଇ ଭଉଣୀ ସହ ତାଙ୍କ ବାପା ପ୍ରମୋଦ ମହାନ୍ତିଙ୍କୁ ଜଗତସିଂହପୁର ସଦର ଥାନାକୁ ଆଣି ଅଟକ ରଖିବା ସହ ଜେରା ମଧ୍ୟ କରୁଛି ।

ତେବେ ମଧୁସ୍ମିତା ଏହି ମୃତ୍ୟୁ ଘଟଣାରେ ସଂପୃକ୍ତ ନଥିବା କହୁଥିବା ବେଳେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ପାରିନି । କୃଷ୍ଣଚନ୍ଦ୍ର ପୂର୍ବରୁ ମଧୁଙ୍କର ବାପଘର ଦେବ ଗାଁକୁ ଆସିଥିବାର ଓ ତାଙ୍କର ପରିବାର ସହ ପରିଚିତ ଥିବାର ମଧୁଙ୍କ ବାପା କହିଛନ୍ତି ।

ହେଲେ ଏହି ଘଟଣା ଦିନ କିନ୍ତୁ ସେ ମଧୁଙ୍କର ଘରକୁ ଯାଇ ନଥିବାର ତାଙ୍କର ବାପା କହୁଛନ୍ତି । ପୋଲିସ ଥାନାରେ ଅଟକ ରହିଥିବା ମଧୁଙ୍କର ଦୁଇ ଭଉଣୀଙ୍କର ମୋବାଇଲ ସମେତ ମୃତକ କୃଷ୍ଣଚନ୍ଦ୍ରଙ୍କ ମୋବାଇଲକୁ ମଧ୍ୟ ସିଜ୍ କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ବୋଲି ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ମୃତକ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୋକାକାଇ ଗାଁର  କୃଷ୍ଣଚନ୍ଦ୍ର ଚମ୍ପତିରାୟ ।  ପରକିୟା  ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇ ଥିବାର ମଧ୍ୟ ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ । ଏବେ ଏହାର ପ୍ରମାଣ ମଧ୍ୟ ଲାଗିଛି ପୋଲିସ ହାତରେ । କୃଷ୍ଣଚନ୍ଦ୍ର ମରିବା ପୂର୍ବରୁ ରକ୍ତରେ ମଧୁ ବୋଲି ଲେଖିଥିବା ପୋଲିସ ମାର୍କ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ହତ୍ୟାକାଣ୍ଡ ସହ ମୃତ କୃଷ୍ଣଚନ୍ଦ୍ରଙ୍କ ପ୍ରେମିକା ମଧୁର ଭୂମିକା ରହିଛି ।

ମୃତକ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଜଗତସିଂହପୁର ଥାନାରେ ପହଁଚି ଶବ ଚିହ୍ନଟ କରିବା ପରେ ଘଟଣା ନୂଆ ମୋଡ଼ ନେଇଥିଲା । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ଅଭିଯୋଗ କରିଥିଲେ ପରିବାର ଲୋକେ । ନୟାଗଡ ଜିଲ୍ଲା କାଞ୍ଚନପୁର  କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ  ଗତ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ୩ବର୍ଷର ଝିଅ ଅଛି । ସେ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।

ଗତ ୮ ଦିନ ତଳେ ବାପାଙ୍କର ପିଣ୍ଡ ଦେବାପାଇଁ ଗାଁକୁ ଆସିଥିଲେ । ତେବେ ସେ ଘରେ କିଛି ନକହି ୨ ଦିନ ତଳେ ଗାଁରୁ ବାହାରି ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେଉଥିଲା । କୃଷ୍ଣଙ୍କ ସ୍ତ୍ରୀ ସମ୍ପୃକ୍ତା ମହିଳାଙ୍କୁ ମଧ୍ୟ ଫୋନ୍ କରି କଥା ନହେବା ପାଇଁ ତାଗିଦ କରିଥିଲେ । ତେବେ ସେହି ମଧୁ ହିଁ ତାଙ୍କ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

   Related Posts