Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କଂଗ୍ରେସରୁ ବହିଷ୍କୃତ ହୋଇପାରନ୍ତି କୃଷ୍ଣ ଓ ଶ୍ରୀକାନ୍ତ : ଶ୍ରୀକାନ୍ତ କହିଲେ ଗାଁ ଗାଁ ବୁଲି ଜନମତ ସଂଗ୍ରହ କରି ପଠାଇବେ ରାହୁଲଙ୍କ ପାଖକୁ…

7/12/2018 at 7:03 PM

ଭୁବନେଶ୍ବର ୭|୧୨: ବଢ଼ିଲା କଗ୍ରେଂସ କନ୍ଦଳ। ଇସ୍ତାହାର କମିଟିରୁ ବାଦ ପରେ ପାଟି ଖୋଲିଲେ ଶ୍ରୀକାନ୍ତ ଜେନା । ତାଙ୍କୁ କଂଗ୍ରେସ ବାହାର କରିନି ସେ ନିଜ ଇଛାରେ ବାହାରିଛନ୍ତି । ଏପଟେ କୃଷ୍ଣଙ୍କ  ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ  ଶୃଙ୍ଖଳା କମିଟି ସମସ୍ତ ତଥ୍ୟ ଏଆଇସିସିକୁ ପଠାଇ ସାରିଥିବାବେଳେ ଶ୍ରୀକାନ୍ତ ଉପରେ ବି ତଥ୍ୟ ସହ ଭିଡିଓ ରେକଡିଂ ହାଇକମାଣ୍ତକୁ ପଠାଇଛି କଂଗ୍ରସ । ଖୁବ ଶିଘ୍ର ଦଳରୁ ବହିଷ୍କାର ହୋଇପାରନ୍ତି କୃଷ୍ଣଚନ୍ଦ୍ର ସଗରିଆ ଏବଂ ଶ୍ରାକାନ୍ତ ଜେନା….।  

କାଲି ଆକ୍ସନ ଆଜି ରିଆକସନ। କଂଗ୍ରେସ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା। କଂଗ୍ରେସ ଦଳିତ ବିରୋଧୀ।  କଂଗ୍ରେସ ମୋତେ ବାହାର କରିନି ମୋ ଇଛା ଅନୁସାରେ ମୁଁ ଇସ୍ତାହାର କମିଟିରୁ ବାହାରିଛି। ଗଣମାଧ୍ୟମରେ କଂଗ୍ରେସ ପ୍ରଭାରୀ  ଜିତେନ୍ଦ୍ର ସିଂ ଦେଇଥିବା ଚିଠି ଦେଖାଇ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ଶ୍ରୀକାନ୍ତ। ଶ୍ରୀକାନ୍ତ ଜେନା କହିଛନ୍ତି ଇସ୍ତାହାର କମିଟି ଅଧ୍ୟକ୍ଷ ହେବା ପରେ  ଇସ୍ତାହାର ମୁଖବନ୍ଧରେ ତିନୋଟି ଏଜେଣ୍ଡା ରଖିବାକୁ ପ୍ରସ୍ତାବ ରଖିଥିଲେ। ୧- ଓବିସି ​ ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା, ୨-  ଏସିଏସଟି ବର୍ଗରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା, ଏବଂ ୩-ହେଉଛି ଖଣି ଲୁଟେରାମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରି ଓଡିଶା ଲୋକଙ୍କ ବିକାଶ ଖର୍ଚ୍ଚ କରାଯାଉ। ଏହି ତିନୋଟି ପ୍ରସ୍ତାବରେ ରାଜି ହେଲେ ମୋତେ ଇସ୍ତାହାର କମିଟି ରଖନ୍ତୁ ନଚେତ ବାଦ ଦିଅନ୍ତୁ ବୋଲି ଶ୍ରୀକାନ୍ତ ମେ ୧ ତାରିଖ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ଲେଖିଥିଲେ। ଏ ଏଜେଣ୍ଡାରେ କଂଗ୍ରେସ ରାଜି ହେଲାନି ସେଥିପାଇଁ ଇସ୍ତାହାର କମିଟିରୁ ବାହାର କରିଛନ୍ତି ।  ଏବେ ଏଜେଣ୍ଡାକୁ ନେଇ ଶ୍ରୀକାନ୍ତ ଗାଁ ଗାଁ ବୁଲିବେ। ଭୋଟ ବାକ୍ସ ଲଗାଇ ଭୋଟ କରିବେ। ଯାହା ଫଳାଫଳ ଆସିବ ତାହାକୁ ରାହୁଲ ଗାନ୍ଧୀଙ୍କୁ ଦେବେ। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି ।ଦଳିତଙ୍କ ନ୍ୟାୟ ପାଇଁ ଲଢ଼ିବା ଦଳ ବିରୋଧୀ କାର୍ଯ୍ୟ ନୁହେଁ ବୋଲି ରୋକ ଠୋକ କହିଛନ୍ତି ଶ୍ରୀକାନ୍ତ ଜେନା।

ଶ୍ରୀକାନ୍ତ ଜେନାଙ୍କ ଏବଂ କୃଷ୍ଣଚନ୍ଦ୍ର ସଗରିଆଙ୍କ କାର୍ଯ୍ୟକ୍ରମ ଉପରେ ପୂରା ନଜର ରଖିଛି ନିରଞ୍ଜନ ଆଣ୍ତ କୋ । ଶ୍ରୀକାନ୍ତ ଓ କୃଷ୍ଣଙ୍କ  କାର୍ଯ୍ୟକଳାପର ଭିଡିଓ ରେକଡିଂ  ସହ ବିଶୃଙ୍ଖଳିତ ଆଚରଣ ପାଇଁ ଖୁବ ଶିଘ୍ର ଏମାନଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ହାଇକମାଣ୍ତଙ୍କ ନିକଟଙ୍କୁ ସମସ୍ତ ଦସ୍ତାବିଜ ପାଠଇଛି ରାଜ୍ୟ କଂଗ୍ରେସ। ଡିସେମ୍ବର ୧୧ ତାରିଖ ପରେ ଏକ ବଡ ଆକ୍ସନ ନେବ କଂଗ୍ରେସ । କାରଣ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ବିରୋଧ​‌​‌ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସମସ୍ତ ତଥ୍ୟ ଏଆଇସିସିକୁ ପଠାଇସାରିଛି ଶୃଙ୍ଖଳା କମିଟି।

ଦଳତିଙ୍କ ଆଳ କରି ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ସଗରିଆ ସମାନ୍ତରଳ କାର୍ଯ୍ୟକ୍ରମ କରୁଛନ୍ତି। ଯାହାକୁ ନେଇ କଂଗ୍ରେସ ଭିତରେ ଫାଟ ଥିବା ଜଳଜଳ ଦିଶୁଛି। ଏଭଳି ବିଶୃଙ୍ଖଳାକୁ ବରଦାସ୍ତ ନକରି ସେମାନଙ୍କ ବିରୋଧରେ ଆକ୍ସନ ନେବା ପାଇଁ ରାଜ୍ୟ କଂଗ୍ରେସ ଆଣ୍ଟାଭିଡିଛି। ଯେଭଳି ସୋମ୍ୟ ପଟ୍ଟନାୟକଙ୍କୁ ବାହାର କରାଯାଇଥିଲା ସେମିତି ଢ଼ଙ୍ଗରେ ଶ୍ରୀକାନ୍ତ ଓ କୃଷ୍ଣଙ୍କ ବିରୋଧ ଆକ୍ସନ ହେବ ବୋଲି କଂଗ୍ରେସ ଭବନରେ ଚର୍ଚ୍ଚା ହେଉଛି।

   Related Posts