Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ମାମୁଁଙ୍କ ସାମନାରେ ପରଫର୍ମ କରିବାକୁ ମନା କଲେ କୃଷ୍ଣା ଅଭିଷେକ : କହିଲେ ‘ଏଥର ମୁଁ ମନା କଲି’

16/11/2020 at 5:04 PM

ମୁମ୍ବାଇ ୧୬/୧୧: କମେଡ଼ିଆନ୍ କୃଷ୍ଣା ଅଭିଷେକ ଏବଂ ତାଙ୍କ ମାମୁଁ ଗୋବିନ୍ଦାଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲୁଛି।କିଛି ଦିନ ତଳେ ଗୋବିନ୍ଦା ‘ଦ କପିଳ ଶର୍ମା ଶୋ’ରେ ପହଞ୍ଚିଥିଲେ।ଏଠାରେ ସେ ଦୀପାବଳି ସ୍ପେଶାଲ୍ ଏପିସୋଡରେ ଭାଗ ନେଇଥିଲେ। କିନ୍ତୁ ଏହି ଏପିସୋଡରେ ତାଙ୍କ ଭଣଜା ଏବଂ ଶୋରେ ସପ୍ନା ହୋଇ ଲୋକଙ୍କୁ ହସାଉଥିବା କୃଷ୍ଣା ଅଭିଷେକ ନଜର ଆସି ନଥିଲେ। ଏହାକୁ ନେଇ ଏବେ କୃଷ୍ଣା ପ୍ରତିକ୍ରିୟା ରଖିଛନ୍ତି।

ବମ୍ବେ ଟାଇମ୍ସ ସହ ସାକ୍ଷାତକାରରେ କୃଷ୍ଣା ଏପିସୋଡରେ ନ ଦେଖାଯିବା ନେଇ କହିଥିଲେ ଯେ ,‘ତାଙ୍କୁ ପାଖାପାଖି ୧୦ଦିନ ତଳେ ହିଁ ଚିଚି ମାମାଙ୍କ ଶୋକୁ ଆସିବା କଥା ଜଣା ପଡ଼ି ଯାଇଥିଲା।କାରଣ ଏଥର ଶୋରେ ସୁନିତା ମାମି ତାଙ୍କ ସହ ଆସିନଥିଲେ। ଏପରି କ୍ଷେତ୍ରରେ ତାଙ୍କ ଟିମକୁ ଲାଗିଥିଲା ଯେ ତାଙ୍କୁ ପରଫର୍ମ କରିବାରେ ସମସ୍ୟା ହେବ ନାହିଁ। ଗତ ବର୍ଷ ସୁନୀତା ମାମି ଚାହୁଁଥିଲେ ଯେ ସେ ତାଙ୍କ ସାମନାରେ ପରଫର୍ମ ନ କରନ୍ତୁ କିନ୍ତୁ ଏଥର ସେ ନିଷ୍ପତ୍ତି ନେଲେ ଯେ ସେ ଚିଚି ମାମାଙ୍କ ସାମନାରେ ପରଫର୍ମ କରିବେ ନାହିଁ।

ସେ ଆଗକୁ କହିଥିଲେ ଯେ ସେ ଚିଚି ମାମାଙ୍କ ସହ ଏକ ଗଭୀର ରିଲେସନଶିପ୍ ସେୟାର କରୁଛନ୍ତି। କିନ୍ତୁ  ଏହି ବିବାଦ ପରେ ଅନେକ କିଛି ବଦଳି ଯାଇଛି। ଏସବୁ ପାଇଁ ତାଙ୍କୁ ବହୁତ କଷ୍ଟ ହୋଇଛି। ସମ୍ପର୍କରେ ତିକ୍ତତା ଥିବାବେଳେ କମେଡ଼ି କରିବା କଷ୍ଟକର ହୋଇଯାଇଥାଏ। କୃଷ୍ଣାଙ୍କ କହିବା ଅନୁସାରେ,ସେ ଅନେକ ଥର ଗୋବିନ୍ଦା ମାମାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଛନ୍ତି କିନ୍ତୁ ସେ କେବେ ବି ଉତ୍ତର ଦେଇ ନାହାନ୍ତି।

କୃଷ୍ଣା ଆଗକୁ କହିଛନ୍ତି ଯେ ଏବେ କେବଳ କପିଳ ହିଁ ଏହି ବିବାଦର ସମାଧାନ କରିପାରିବେ। ଏବେ ଯଦି ପୁଣି ଥରେ ମାମୁଁ ଆସିବେ ତେବେ କପିଳ ତାଙ୍କୁ ଷ୍ଟେଜକୁ ଡାକିବେ ଏବଂ ସମସ୍ତଙ୍କ ସାମନାରେ ସମାଧାନ କରିବାକୁ କହିବେ। ଗୋବିନ୍ଦା ଏବଂ କୃଷ୍ଣାଙ୍କ ମଧ୍ୟରେ ବିବାଦ ୨୦୧୮ମସିହାରୁ ଜାରି ରହିଛି।

   Related Posts