ଭୁବନେଶ୍ବରରେ କୃଷି ଓଡ଼ିଶା ୨୦୨୦ ଆରମ୍ଭ: ଜନତା ମୈଦାନରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
20/01/2020 at 2:35 PM

ଆରମ୍ଭ ହେଲା କୃଷି ଓଡ଼ିଶା ମେଳା ୨୦୨୦ । ଭୁବନେଶ୍ବର ଜନତା ମୈଦାନରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ୨୪ ତାରିଖ ଯାଏ ଚାଲିବ । ଏଥରର ଥିମ୍ ରହିଛି ଲାଭ ଜନକ କୃଷି ପାଇଁ ପ୍ରୟାସ ।

୧୧୨ ଟି ସଂସ୍ଥା ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି । ଜନତା ମୈନାରେ ଖୋଲିଛି ୨୨୮ ଟି ଷ୍ଟଲ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କୃଷକ ଭାଇ-ଭଉଣୀମାନେ ମେଳା ପରିଦର୍ଶନ କରିବାକୁ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ପ୍ରତିଦିନ ୨ ଟି କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଏବଂ ୨ ଗୋଟି ସେମିନାର ଆଲୋଚନାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

କାର୍ଯ୍ୟକ୍ରମର ଦ୍ବିତୀୟ ଦିନକୁ ବ୍ୟାଙ୍କିଙ୍ଗ ଏବଂ ସମବାୟ ଦିବସ, ତୃତୀୟ ଦିନକୁ ଜନପ୍ରତିନିଧି ଦିବସ ଏବଂ ଚତୁର୍ଥ ଦିନକୁ ମହିଳା ସଶକ୍ତିକରଣ ଦିବସ ଭାବେ ନାମିତ କରାଯାଇଛି । ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
