'ଆଲୋଚନା ସଫଳ ନହେଲେ ବନ୍ଦ ହେବ ପେଟ୍ରୋଲ ପମ୍ପ୍ ଓ ମଲ୍', ସରକାରଙ୍କୁ କୃଷକ ସଙ୍ଗଠନର ଚେତାବନୀ

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ,୦୨/୦୧: କେନ୍ଦ୍ର ସରକାରଙ୍କ ବିରୋଧରେ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଅନ୍ନଦାତାଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଏବେ ସରକାରଙ୍କୁ କୃଷକମାନେ ଚେତାବନୀ ଦେଇଛନ୍ତି । ଯଦି ଜାନୁଆରୀ ୪ ତାରିଖରେ ସରକାରଙ୍କ ସହ ଆଲୋଚନା ସଫଳ ନହୁଏ ହରିୟାଣାରେ ପେଟ୍ରୋଲ ଟାଙ୍କି ଓ ସପିଂ ମଲ୍ ବନ୍ଦ କରିବେ ବୋଲି ଧମକ ଦେଇଛନ୍ତି ।

କୃଷକମାନେ ଦାବି କରିଛନ୍ତି ଯେ, ସରକାରୀ ତିନୋଟି ନୂଆ କୃଷି ଆଇନକୁ ରବ୍ଦ କରନ୍ତୁ । ଏହାସହ ଏମଏସପି ଉପରେ ଗ୍ୟାରେଣ୍ଟି ଦିଅନ୍ତୁ ସରକାର । ଏହା ମଧ୍ୟରେ ସରକାର ଓ କୃଷକଙ୍କ ମଧ୍ୟରେ ୬ ଥର ଆଲୋଚନା ହୋଇଛି । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବୁଧବାର ଉଭୟ ପକ୍ଷ ମଧ୍ୟରେ ବିଜୁଳି ବିଲ୍ ଉପରେ ଆଲୋଚନା ହୋଇଥିଲା । ତେବେ ପ୍ରସଙ୍ଗ ଭିତ୍ତିକ ସହମତି ହୋଇଥିବା କୁହାଯାଉଛି । କିନ୍ତୁ ଏମଏସପିକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଏବେ ଜାନୁଆରୀ ୪ରେ ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ ଆଲୋଚନା ହେବ ।

ସିଙ୍ଘୁ ବର୍ଡରରେ ସାମ୍ବାଦିକ ସମ୍ମିଳନୀରେ କୃଷକମାନେ କହିଛନ୍ତି ଯେ, ଏବେସୁଦ୍ଧ ସରକାର କେବଳ ୫ ପ୍ରତିଶତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏଯାଏଁ ମୁଖ୍ୟ ଦାବି ପୂରଣ ହୋଇନାହିଁ । କୃଷକ ନେତା ଯୁଦ୍ଧବୀର ସିଂ କହିଛନ୍ତି ଯେ, କେନ୍ଦ୍ର ସରକାର ଭାବୁଛନ୍ତି ଯେ କୃଷକ ଆନ୍ଦୋଳନ ସାହୀନ ବାଗ ଭଳି ଅଟକି ଯିବ । ଏହା ସରକାରଙ୍କ ଭୁଲ ଧାରଣା । ସରକାର ସେମାନଙ୍କୁ ହଟାଇପାରିବେ ନାହିଁ ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ସରକାର ୪ ଜାନୁଆରୀରେ କୃଷକ ସଙ୍ଗଠନ ସହ ଆଲୋଚନା କରିବେ । ଏହି ଆଲୋଚନାରେ ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି । ଏହା ଶେଷ ବୈଠକ ହେବ ବୋଲି ସେ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.