Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କୃମି ଔଷଧ ଖାଇ ମୁଣ୍ଡ ବୁଲାଇଲା, ବାନ୍ତି କଲେ ପିଲା: ୩୦ ଛାତ୍ରଛାତ୍ରୀ ଅସୁସ୍ଥ

10/02/2020 at 9:50 PM

ପାତ୍ରପୁର୧୦/୨: କୃମି ଔଷଧ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରୁପଡା ପ୍ରାଥମିକ ବିଦ୍ୟାଳୟରେ ଫାଇଲେରିଆ ଓ କୃମି ମେଡ଼ିସିନ ଖାଇ  30 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ପିଲାମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ସ୍କୁଲରେ କୃମି ଓ ଫାଇଲେରିଆ ପାଇଁ ମେଡିସିନ ବଣ୍ଟନ ହୋଇଥିଲା। ତାହାକୁ ଛାତ୍ରଛାତ୍ରୀ ଖାଇଥିଲେ। ସ୍କୁଲରୁ ଘରକୁ ଫେରିବା ପରେ ବାନ୍ତି କରିବା ସହ ମୁଣ୍ଡ ବୁଲେଇ ଥିଲା। ଏ ନେଇ ଘରେ କହିବା ପରେ ସେମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେମାନଙ୍କୁ ପାତ୍ରପୁର ମେଡିକାଲ ପକ୍ଷରୁ ଚିକିତ୍ସା କରା ଯିବା ପରେ କିଛି ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଛାଡି ଦିଆ ଯାଇଛି। ସେମାନଙ୍କୁ ସାଲାଇନ ସହ ଓଆରଏସ ଦିଆ ଯାଇଥିଲା। ସରକାରଙ୍କ ମାଗଣା ଔଷଧ ଖାଇବା ପରେ ଘଟଣା ଘଟିଥିବା ଛାତ୍ରଛାତ୍ରୀଙ୍କ ପରିବାର ବର୍ଗ କହିଛନ୍ତି।  ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ରହିଛି ମୋଟ ୭୮ ଜଣ ଛାତ୍ରଛାତ୍ରୀରୁ ୩୦ ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।

   Related Posts