Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମୁମ୍ବାଇ ଏୟାରପୋର୍ଟରେ ପାଣ୍ଡ୍ୟାଙ୍କୁ ଅଟକାଇଲା ଡିଆରଆଇ, ଆଇପିଏଲ୍‌ ପରେ ୟୁଏଇରୁ ଫେରିଥିଲେ

12/11/2020 at 8:58 PM

ମୁମ୍ବାଇ ୧୨/୧୧: ଟିମ୍‌ ଇଣ୍ଡିଆ କ୍ରିକେଟର କ୍ରୁଣାଲ ପାଣ୍ଡ୍ୟାଙ୍କୁ ଡାଇରେକ୍ଟର ଅଫ୍‌ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ମୁମ୍ବାଇ ଏୟାରପୋର୍ଟରେ ଅଟକାଇ ଦେଇଥିଲା। ୟୁଏଇରେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସରିବା ପରେ ମୁମ୍ବାଇ ଫେରିଥିଲେ ପାଣ୍ଡ୍ୟା। ତେବେ ତାଙ୍କ ପାଖରେ ଅନ୍‌ଡିସ୍‌କ୍ଲୋଜ୍‌ଡ୍‌ ଗୋଲ୍ଡ ଓ ଅନ୍ୟ ଦାମୀ ଜିନିଷ ଥିବା ଯୋଗୁ ଏୟାରପୋର୍ଟରେ ଡିଆରଆଇ ଅଟକାଇଥିଲା।

ୟୁନାଇଟେଡ୍‌ ଆରବ ଏମିରେଟ୍ସରେ ଆୟୋଜିତ ହୋଇଥିଲା ଆଇପିଏଲ୍‌-୨୦୨୦। କ୍ରୁଣାଲ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ୧୦ ନଭେମ୍ବରରେ ମୁମ୍ବାଇ ଆଇପିଏଲ୍‌ ଜିଣିବା ପରେ ଆଜି ଖେଳାଳି ସ୍ବେଦେଶ ଫେରିଛନ୍ତି। ତେବେ ଫେରିବା ପରେ ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ତାଙ୍କୁ ଅଟକ ରଖାଯାଇଥିବା ଡିଆରଆଇ ପକ୍ଷରୁ ସୂଚନା ମିଳିଛି।

ଆଇପିଏଲ୍‌ -୨୦୨୦ ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଦ୍ବିତୀୟ ଥର ଟାଇଟଲ୍‌ ନିଜ ନାଁରେ କରିଛି। ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ୨୫ ଜଣିଆ ଭାରତୀୟ ଟିମ୍‌ ଅଷ୍ଟେ୍ରଲିଆ ପାଇଁ ଉଡ଼ାଣ ଭରିଥିଲେ। ବାକି ଖେଳାଳି ସ୍ବେଦେଶ ଫେରିଥିଲେ।

   Related Posts