Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଅନ୍ୟ ହୋଟେଲକୁ ଶିଫ୍ଟ ହେଲେ କୃଣାଲ ପାଣ୍ଡ୍ୟା, ଦ୍ବିତୀୟ ଏବଂ ତୃତୀୟ ଟି-୨୦ ମ୍ୟାଚ୍‌କୁ ନେଇ ଆସିଲା ତାଜା ଅପଡେଟ୍‌

28/07/2021 at 4:00 PM

ନୂଆଦିଲ୍ଲୀ ୨୮/୭: କୃଣାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପ​‌ରେ ଭାରତ ଏବଂ ଶ୍ରଲଙ୍କା ମଧ୍ୟରେ ହେବାକୁ ଥିବା ଶେଷ ଦୁଇ ଟି-୨୦ ମ୍ୟାଚ୍‌କୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। କିନ୍ତୁ ମିଳିଥିବା ରିପୋର୍ଟ ଅନୁସାରେ, ଏହି ଦୁଇ ମ୍ୟାଚ୍‌ର ଆୟୋଜନ ସ୍ଥିର ହୋଇଛି। ଦ୍ବିତୀୟ ଟି-୨୦କୁ ଗୋଟିଏ ଦିନ ଘୁଞ୍ଚାଇବାକୁ ପଡ଼ିଥିଲା। ଏବେ କୃଣାଲ ପାଣ୍ଡ୍ୟାଙ୍କୁ ୭ ଦିନ ପାଇଁ କ୍ବାରେଣ୍ଟାଇନ୍‌ କରାଯାଇଛି। କୃଣାଲ ପାଣ୍ଡ୍ୟାଙ୍କ ସମ୍ପର୍କରେ ଆସିଥିବା ୮ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଆଇସୋଲେଟ୍‌ କରାଯାଇଛି।

ଟି-୨୦ ସିରିଜ୍‌ ଖେଳାଯିବ
କ୍ରିକ୍‌ବଜ୍‌ର ପ୍ରକାଶିତ ଖବର ମୁତାବିକ, କୃଣାଲ ପାଣ୍ଡ୍ୟାଙ୍କୁ ଅନ୍ୟ ହୋଟେଲକୁ ଶିଫ୍ଟ କରାଯାଇଛି। ଏହା ସହ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ବୁଧବାର ହେବା ସ୍ଥିର ହୋଇଯାଇଛି। ଦ୍ବିତୀୟ ଟି-୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବାର ଥିଲା। କିନ୍ତୁ କୃଣାଲ ପାଣ୍ଡ୍ୟା ପଜିଟିଭ୍‌ ଚିହ୍ନଟ ହେବା ପରେ ମ୍ୟାଚ୍‌କୁ ସ୍ଥଗିତ କରାଯାଇଥିଲା। ଏବେ ଦ୍ବିତୀୟ ମ୍ୟାଚ୍‌ ବୁଧବାର ଏବଂ ତୃତୀୟ ମ୍ୟାଚ୍‌ ଗୁରୁବାର ଖେଳାଯିବ।

ଶ୍ରୀଲଙ୍କା କ୍ରିକେଟ ଅଧିକାରୀ ଦେଲେ ସୂଚନା
ଶ୍ରୀଲଙ୍କା କ୍ରିକେଟର ଜଣେ ଅଧିକାରୀ କ୍ରିକ୍‌ବଜକୁ ଦେଇଥିବା ସୂଚନା ଅନୁସାରେ, ପୂରା ବିଶ୍ବାସ ରହିଛି ଆଜି ଏବଂ କାଲି ମ୍ୟାଚ୍‌ ଖେଳାଯାଇପାରିବ। ଏହା ସହ କୃଣାଲଙ୍କୁ ଅନ୍ୟ ହୋଟେଲକୁ ଶିଫ୍ଟ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଏହା ବ୍ୟତୀତ ଟିମ୍‌ ଇଣ୍ଡିଆର ବାକି ଖେଳାଳି କଲମ୍ବୋର ତାଜ୍‌ ସମୁଦ୍ର ହୋଟେଲରେ ରହିଛନ୍ତି।

କୃଣାଲଙ୍କୁ କରୋନା ହେବା ପରେ ଉଠିଲା ପ୍ରଶ୍ନ
କୃଣାଲ ବାୟୋବବଲ୍‌ରେ ଥାଇ କେମିତି କରୋନା ସଂକ୍ରମିତ ହେଲେ ସେନେଇ ପ୍ରଶ୍ନ ଉପୁଜିଛି। ଭାରତୀୟ ଖେଳାଳି ଯେଉଁ ହୋଟେଲରେ ଥିଲେ ସେଠାରେ ବାୟୋବବଲ୍‌ର ଉଲ୍ଲଂଘନ ହୋଇଥିବା କୁହାଯାଉଛି। ଏଥିପାଇଁ କୃଣାଲ କରୋନା ପଜିଟିଭ୍‌ ହୋଇଥିବା ଆଶଙ୍କା କରାଯାଉଛି।

   Related Posts