Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କର୍ଣ୍ଣାଟକରେ ରହିବେ ୫ ଉପ ମୁଖ୍ୟମନ୍ତ୍ରୀ ! ମିଶନ-୨୦୨୩ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ବିଜେପି

30/07/2021 at 12:45 PM

ବେଙ୍ଗାଲୁରୁ, ୩୦/୦୭ :  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ବିଜେପି । ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଗୋଟି ଚାଳନା ଆରମ୍ଭ କରିଛି । ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପରେ ଦଳ ସରକାରରେ ମଧ୍ୟ ବଡ ପରିବର୍ତ୍ତନ କରିବାକୁ ଯାଉଛି ।

ମିଶନ ୨୦୨୩ ପାଇଁ ସର୍ବ ପ୍ରଥମେ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ବାସବରାଜ ବୋମ୍ମଇଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଏବେ ଖବର ଆସୁଛି ଯେ, ବିଜେପି କର୍ଣ୍ଣାଟକରେ ୫ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବ ।ଯେଉଁଥିରେ ରାଜ୍ୟର ସମସ୍ତ ବର୍ଗଙ୍କୁ ନିଜ ଆଡକୁ ଟାଣିବ ଦଳ ।

ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ବାସବରାଜ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଏହାସହ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ଆଲୋଚନା ହେବ । ୫ଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ରୁ ୮ଜଣ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ସୂଚନାଯୋଗ୍ୟ, କର୍ଣ୍ଣାଟକରେ ସର୍ବାଧିକ ୩୪ଜଣଙ୍କୁ ମନ୍ତ୍ରୀ କରାଯାଇ ପାରିବ ।

ବାସବରାଜ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ପ୍ରଥମେ ୪ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ୫ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି । ଅନେକ ଯୁବ ଚେହେରାଙ୍କୁ ଦଳ ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଜୋଶ୍ ଭରିବା ପାଇଁ  ପ୍ରୟାସ କରିବ । ଏହାପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ଜଗନମୋହନ ରେଡ୍ଡି ୨୦୧୯ରେ ୫ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲେ ।

   Related Posts