Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

କେଆରକେ ଲିକ୍ କଲେ ଶାହାରୁଖ-ଦୀପିକାଙ୍କ ଫିଲ୍ମର କାହାଣୀ, କହିଲେ ‘ପଠାନ୍’ କୌଣସି ପରିସ୍ଥିତିରେ ହିଟ୍ ହେବ ନାହିଁ

10/03/2021 at 11:28 AM

ନୂଆଦିଲ୍ଲୀ ୧୦/୦୩: ନିଜକୁ ବଲିଉଡର ନମ୍ବର ୱାନ୍ କ୍ରିଟିକ୍ ଭାବରେ ବର୍ଣ୍ଣନା କରୁଥିବା ଅଭିନେତା କମଲ ରସିଦ ଖାନ ଅନେକ ସମୟରେ ତାଙ୍କ ଟ୍ୱିଟ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ କେଆରକେଙ୍କର କିଛି ଟ୍ୱିଟ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛି କିନ୍ତୁ ଏଥର କାରଣ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ୍’, ଯାହାର ଷ୍ଟୋରୀ ସେ ଲିକ୍ କରିଦେଇଛନ୍ତି ।ବାସ୍ତବରେ, ଦୀର୍ଘ ସମୟ ପରେ ଶାହାରୁଖ ଖାନ ବଲିଉଡକୁ ଫେରୁଛନ୍ତି ଏବଂ ଏଥିପାଇଁ ସେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’କୁ ବାଛିଛନ୍ତି । ଏହି ଫିଲ୍ମରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହମ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ବଲିଉଡର ସମସ୍ତ ଫ୍ୟାନ୍ସ ଏହି ଫିଲ୍ମ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି ।

BREAKING NEWS :- SRK in & As Pathan Movie With Siddharth Anand |  Announcement | Deepika Padukone || - YouTube

କିନ୍ତୁ ଏହା ମଧ୍ୟରେ କେଆରକେ ନିଜ ଟ୍ୱିଟ୍ ମାଧ୍ୟମରେ ‘ପଠାନ୍’ର କାହାଣୀ ଲିକ୍ କରିଦେଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ୩ଟି ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ‘ପଠାନ’ର କାହାଣୀ କ’ଣ?  ତାଙ୍କର ପ୍ରଥମ ଟ୍ୱିଟରେ ଲେଖିଛନ୍ତି, ‘ଶାହରୁଖ ଖାନ ଗତ ୩-୪ ବର୍ଷ ଧରି କୌଣସି ଫିଲ୍ମ କରିନାହାଁନ୍ତି, ଯେଉଁ କାରଣରୁ ମୋତେ ଲାଗୁଥିଲା ସେ ଏକ ଭଲ କାହାଣୀ ବାଛିବେ । କିନ୍ତୁ ପଠାନର କାହାଣୀ ସେହି ସ୍ତରର ନୁହେଁ । ଏହି ଫିଲ୍ମରେ ଶାହରୁଖ ଖାନ ର ଏଜେଣ୍ଟ, ଜନ୍ ଅବ୍ରାହମ୍ ରୁଷିଆର ମାଫିଆ ଏବଂ ଦୀପିକା ଜଣେ ପୋଲିସ୍ ଅଫିସର ଭୂମିକା ଗ୍ରହଣ କରୁଛନ୍ତି ।  ଶାହାରୁଖ ଖାନ ଭାବୁଛନ୍ତି ଏହି ଫିଲ୍ମ ହିଟ୍ ହେବ । କ’ଣ ତୁମେ ପ୍ରକୃତରେ ସିରିଏସ୍ ଅଛ ଭାଇ ?

Shah Rukh Khan, Deepika Padukone win 'Most Popular' actors at 21st Annual  LifeOK Screen Awards | Entertainment News,The Indian Express

ଏହି ଟୁଇଟ୍ ପରେ କେଆରକେ ଆହୁରି ଲେଖିଛନ୍ତି, “ଶାହରୁଖ ଖାନ ଏହି ଫିଲ୍ମ କେବଳ ଏଇଥିପାଇଁ କରୁଛନ୍ତି କାରଣ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ୱାର୍’ ହିଟ୍ ହୋଇଥିଲା, ଯାହାର କୌଣସି କାହାଣୀ ନଥିଲା । କିନ୍ତୁ ଶାହରୁଖ ବୁଝିବା ଉଚିତ୍ ଯେ ଲୋକମାନେ କାହାଣୀ ପାଇଁ ‘ୱାର୍’ ଦେଖିବାକୁ ଯାଇ ନଥିଲେ, ବରଂ ସେ ହ୍ରିତିକ ଏବଂ ଟାଇଗରଙ୍କ ଭଳି ଯୁବ କଳାକାରଙ୍କ ପାଇଁ ଥିଏଟରକୁ ଯାଇଥିଲେ ।“

Shah Rukh Khan's, Deepika Padukone's and John Abraham's actioner 'Pathan'  to get a Diwali 2021 release?

ଏହି ଦୁଇଟି ଟ୍ୱିଟ୍ ପରେ ତାଙ୍କ ତୃତୀୟ ଟ୍ୱିଟ୍ ରେ ଲେଖିଛନ୍ତି, ‘ପଠାନରେ ଯେଉଁ ଆକ୍ସନ୍ ସିନ୍ସ ରହିବ ତାହାକୁ ଦେଖିବା ପରିବର୍ତ୍ତେ ବ୍ୟାଙ୍ଗ୍-ବ୍ୟାଙ୍ଗ୍ ଏବଂ ୱାର୍ ଦେଖୁବା ଖୁବ୍ ଭଲ ହେବ ।  କୌଣସି ପରିସ୍ଥିତିରେ ପଠାନ ହିଟ୍ ହେବେ ନାହିଁ । ଶାହାରୁଖଙ୍କ ସବୁଠାରୁ ବଡ ସମସ୍ୟା ହେଉଛି ସେ ହ୍ରିତିକ ଏବଂ ଟାଇଗରଙ୍କ ପରି ଯୁବ କଳାକାରଙ୍କ ସହ ଟକ୍କର ଦେଉଛନ୍ତି, ଯେତେବେଳେ ତାଙ୍କୁ ଅମିତାଭ ବଚ୍ଚନଙ୍କ ସହ ଟକ୍କର ଦେବା ଉଚିତ୍ ।‘

   Related Posts