Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରସଂଗ : କେନ୍ଦ୍ର ମାଗୁଥିବା ତଥ୍ୟ ନଦେଇ ଖାଲି ଚିଠି ଲେଖିଲେ କଣ ହେବ ବୋଲି ପ୍ରଶ୍ନ କଲା କ୍ରିୟାନୁଷ୍ଠାନ କମିଟି

12/01/2019 at 4:44 PM

ସମ୍ବଲପୁର ୧୨|୧: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବିରେ ପାଖାପାଖି ୫ମାସର ଅଚଳାବସ୍ଥା ପରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚତୁର୍ଥ ଚିଠି ଆନ୍ଦୋଳନକାରୀଙ୍କ ଅସନ୍ତୋଷ ବଢ଼ାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଯାହାର ଜବାବ୍‌ ରଖିଛନ୍ତି ବିଜେଡି ନେତା ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସମ୍ପର୍କରେ କେନ୍ଦ୍ର ଆଇନ୍‌ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଚିହିଁକି ଉଠିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଏନେଇ  ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ୩ଟି ଚିଠି ଲେଖିଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ବରଂ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଚିଠି ପରେ  କେନ୍ଦ୍ର ଆଇନମନ୍ତ୍ରୀ ଯେଉଁ ୫ଟି ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀରକଣ ଚାହିଁ
ଥିଲେ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଚତୁର୍ଥ ଚିଠିରେ କିଛି ଉଲ୍ଲେଖ ନାହିଁ । ଏମିତିରେ ଏହା କେବଳ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଛି ସିଏସି ।

ସେପଟେ କିନ୍ତୁ ସିଏସି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା । ଶାସକ ଦଳର କହିବା କଥା କେନ୍ଦ୍ର ଆଇନ୍‌ ମନ୍ତ୍ରୀ, ଜଷ୍ଟିସ ଯଶୋବନ୍ତ ସିଂ କମିଶନଙ୍କ ରିପୋର୍ଟ ଆଧାରରେ  ସ୍ଥାନ ନିରୁପରଣ କରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା କଥା । ହେଲେ ତାହା ନକରି ରାଜ୍ୟ ସରକାରଙ୍କୁ ଅଯଥା ଦୋଷ ଦେଉଛି କେନ୍ଦ୍ର । ସେପଟେ ପ୍ରସଙ୍ଗ ଗରମ ଦେଖି  ବାଣ ମାରିଛନ୍ତି ବିଜେପି ନେତା ।

ସମ୍ବଲପୁର ସମେତ ପଶ୍ଚିମଓଡିଶାର ୯ଟି ଜିଲ୍ଲାରେ ଗତ ୫ମାସ ହେଲାଣି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଉଭୟ ବିଚାରବିଭାଗୀୟ ଓ ପ୍ରଶାସନିକ କଳ ଅଚଳ ହୋଇପଡିଛି। ୪୮ଘଣ୍ଟିଆ ମହାବନ୍ଦ ପରେ, ତିନି ଦିନିଆ ଅର୍ଥନୈତିକ ଅବରୋଧ ପରେ, ମଧ୍ୟ ଅଚଳାବସ୍ଥା ଦୂର ହୋଇପାରିନି। ଏବେ ଚିଠି କୁ ନେଇ ରାଜନୀତି ନିଆଁରେ ଘିଅ ପକାଇବା ସଦୃଶ୍ୟ ହୋଇଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।

   Related Posts