ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି-ଓଡିଶାର କୃଷ୍ଣପ୍ରିୟା ୫୪ ବର୍ଷର ମିସେସ୍‌ ଇଣ୍ଡିଆ କ୍ରାଉନ୍‌ ଜିତିଲେ

Published By : Prameya-News7 Bureau | October 13, 2019 IST

କଟକ -  ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି..ଅର୍ଥାତ୍ ଚାଳିଶ ବର୍ଷ ବୟସରେ ଜୀବନ ଆରମ୍ଭ ହୁଏ…ଯବ୍ ଯାଗୋ ତବ୍ ସବେରା…ଏ ସବୁ କେବଳ କଥାରେ ନୁହେଁ , କାମରେ କରି ଦେଖାଇଛନ୍ତି କଟକରେ ଜଣେ ମହିଳା..ପୁଅ ଝିଅଙ୍କର ବାହାଘର କରି ସାରିବା ପରେ ବି ନିଜର ପିଲା ଦିନର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଥିଲେ…ନିଜର ପ୍ରୟାସ ଆଉ ପରିବାରର ସହଯୋଗରେ ମହିଳା ଜଣକ ଜିତିଲେ ମିସେସ୍ ଇଣ୍ଡିଆ କ୍ରାଉନ୍…ଆଗକୁ ଆହୁରି ଅନେକ ସ୍ୱପ୍ନ ପୁରଣ କରିବାର ଇଚ୍ଛା ଆଉ ପ୍ରଚେଷ୍ଟା ନୂଆ ଉତ୍ସାହରେ ଜୀବନ ବଞ୍ଚିବାର ବାଟ ଦେଖାଇଛି….

{"id":169789}

ଏ ହେଉଛନ୍ତି କଟକ କ୍ୟାଣ୍ଟନମେଣ୍ଟ ରୋଡ୍ ର  କିରଣ ପାରିଜାତକ ଏନକ୍ଲେଭ୍ ରେ ରହୁଥିବା କୃଷ୍ଣ ପ୍ରିୟା ତ୍ରିପାଠୀ..ବୟସ ଚଉବନ…କୃଷ୍ଣ ପ୍ରିୟାଙ୍କର ପିଲା ମାନେ ବାହା ହେଇଗଲେଣି…ନାତି ନାତୁଣୀ ଦେଖିଲେଣି କୃଷ୍ଣ ପ୍ରିୟା..ଏମିତି ବୟସରେ ସାଧାରଣ ମହିଳା ମାନେ ପୂାଜ ପାଠରେ ସମୟ ବିତାନ୍ତି….ନହେଲେ ପୁଅ ଝିଅଙ୍କ ପାଖରେ ରହି ନାତି ନାତୁଣୀ ଖେଳାଇବାରେ ସମୟ ବିତାଇ ଦିଅନ୍ତି..କିନ୍ତୁ କୃଷ୍ଣ ପ୍ରିୟା ଟିକିଏ ଭିନ୍ନ…ପିଲାମାନେ  ବାହା ହେଇଯିବା ପରେ  ନିଜର ଛୋଟ ବେଳରୁ ସ୍ୱପ୍ନ ପୁରଣ କରିବା ପାଇଁ ପ୍ରାୟସ ଆରମ୍ଭ କଲେ କୃଷ୍ଣ ପ୍ରିୟା..ଏହା ତାଙ୍କ ଜୀବନକୁ ଦେଲା ଏକ ନୂଆ ଦିଗ…ରାମ୍ପରେ ଚାଲିବା,ଷ୍ଟେଜ୍ ରେ ପୁରଷ୍କାର ଗ୍ରହଣ କରିବା, ନାଚ ଗୀତରେ ମସଗୁଲ୍ ରହିବା ଥିଲା ତାଙ୍କର ସ୍ୱପ୍ନ..ଆଉ ୪୫ ବର୍ଷ ପରେ ସେ ଏହି ସ୍ୱପ୍ନର  ପିଛା କରିବା ଆରମ୍ଭ କରିଥିଲେ..., ଯାହା ତାଙ୍କୁ ପହଞ୍ଚାଇ ଦେଇଥିଲା ଅହମ୍ମଦାବାଦ୍ ରେ ଆୟୋଜିତ ମିସେସ୍ ଇଣ୍ଡିଆ ଆଇକନିକ୍ ପର୍ସନାଲିଟି କଣ୍ଟେଷ୍ଟ ରେ..୩୫ ବର୍ ରୁ ୫୫ ବର୍ଷ ବୟସ ବର୍ଗରେ ହେଉଥିବା ଏହି ପ୍ରତିଯୋଗୀତାରେ କୃଷ୍ଣ ପ୍ରିୟା ଜିତିଥିଲେ ଆଉ ତାଙ୍କର ପିଲା ବେଳର ସ୍ୱପ୍ନ ସାକାର ହୋଇଥିଲା….

{"id":169790}

କୋରାପ୍ଟେ ର ଜୟପୁରରେ ଜନ୍ମିତ କୃଷ୍ଣ ପ୍ରିୟା କେବଳ ଏହି ବିୟୁଟି କଣ୍ଟେଷ୍ଟରେ ସୀମିତ ନାହାଁନ୍ତି…ନିଜକୁ କର୍ମତତ୍ପର ରଖିବା ପାଇଁ କଟକ କଲେଜ ଛକରେ ଏକ ବିୟୁଟି ପାର୍ଲର ଚଳାଇବା ସହ ଯୁବତୀ ମାନଙ୍କୁ ବିୟୁଟିସିଆନ୍ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି…କୃଷ୍ଣପ୍ରିୟାଙ୍କ କହିବା ଅନୁସାରେ ମହିଳା ମାନେ ଭାବନ୍ତି ବାହାଘର ପରେ ସ୍ୱପ୍ନ ଶେଷ ହେଇଗଲା..ମାତ୍ର ସେମାନେ ଚାହିଁଲେ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ୱପ୍ନ ଦେଖିପାରିବେ ଆଉ ତାକୁ ସାକାରମଧ୍ୟ କରି ପାରିବେ..ବଡ କଥା ହେଲା କୃଷ୍ଣ ପ୍ରିୟାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ସ୍ୱାମୀ ରାଜେନ୍ଦ୍ର ସବୁ ବେଳେ ସହାୟତାର ହାତ ବଢାଇଛନ୍ତି…

ଫାଭିଓ-ଛୋଟ ବେଳୁ କୃଷ୍ଣ ପ୍ରିୟା ଅଲ୍ ଇଣ୍ଡିଆ ରେଡିଓ ରେ ଶିଶୁ କଳାକାର ଭାବେ କାମ କରୁଥିଲେ..୨୦୧୬ ମସିହାରେ ୫୨ ବର୍ଷ ବୟସରେ କୃଷ୍ଣ ପ୍ରିୟା ମିଷ୍ଟ୍ରେସ୍ ସ୍ୱୟଂ ସିଦ୍ଧା ଟାଇଟଲ୍ ଜିତି ଥିଲେ..୨୦୧୮ରେ କଲିଙ୍ଗ ବଧୁ ଓ ମିଷ୍ଟ୍ରେସ୍ ଓଡିଶା କ୍ଲାସିକ୍ ଜିତିଥିଲେ କୃଷ୍ଣ ପ୍ରିୟା…୨୦୧୯ ରେ ଏ ଏଫ୍ ଟି ମିଷ୍ଟ୍ରେସ ଇଣ୍ଡିଆ ପ୍ରିତିଯୋଗୀତାରେ ଫାଇନାଲିଷ୍ଟ ଥିଲେ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.