କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଲ ଗୁର୍ଜର କରୋନାରେ ସଂକ୍ରମିତ : ଟ୍ବିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭/୮: ଦେଶରେ କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ମନ୍ତ୍ରୀ କୃଷ୍ଣ ପାଲ ଗୁର୍ଜର କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍ କରି ଏହାର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି,‘ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସେ କରୋନା ଟେଷ୍ଟ୍ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ଏବେ ଚିକିତ୍ସା ଚାଲିବ। ଯେତେ ଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି,ଦୟା କରି ସେମାନେ କରୋନାକୁ ଗମ୍ଭୀରତାର ସହ ନେଇ ନିଜ କରୋନା ଟେଷ୍ଟ୍ କରାଇ ନିଅନ୍ତୁ।

wp:core-embed/twitter {"url":"https://twitter.com/KPGBJP/status/1298866905483100161","type":"rich","providerNameSlug":"twitter","className":""}
https://twitter.com/KPGBJP/status/1298866905483100161
/wp:core-embed/twitter

ଗୁର୍ଜରଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର,କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ,କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ,କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ଆୟୁ​‌ଷ ମନ୍ତ୍ରୀ ଶ୍ରୀପଦ ନାଇକ,କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ କୈଳାଶ ଚୌଧୁରୀ କରୋନାରେ ସଂକ୍ରମିତ ହୋଇଥିଲେ।

{"id":320964,"sizeSlug":"large"}

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା,ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ,କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ତାମିଲନାଡ଼ୁର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହା ବ୍ୟତୀତ ଉତ୍ତରପ୍ରଦେଶର କ୍ୟାବିନେଟର ଏକମାତ୍ର ମହିଳା ମନ୍ତ୍ରୀ କମଲ ରାନୀ ବରୁଣଙ୍କ କରୋନା ସଂକ୍ରମଣ ଯୋଗୁଁ ପରଲୋକ ହୋଇଥିଲା।

{"id":320968,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.