ଇସ୍ଲାମାବାଦରେ ହେବ ହିନ୍ଦୁ ମନ୍ଦିର, ୧୦ କୋଟି ଟଙ୍କା ସହାୟତା କରିବେ ଇମ୍ରାନ୍

Published By : Prameya-News7 Bureau | June 24, 2020 IST

ଇସ୍ଲାମାବାଦ ୨୪।୬:  ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏଠାରେ ଏକ କୃଷ୍ଣ ମନ୍ଦିର ନିର୍ମିତ ହେବାକୁ ଥିବା ବେଳେ ଏଥିଲାଗି ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।  ୨୦ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ହେବାକୁ ଯାଉଥିବା ଏହି ମନ୍ଦିର ଲାଗି ରାଜଧାନୀର ଏଚ୍-୯ ଅଞ୍ଚଳରେ ଶୁଭ ଦିଆଯାଇଛି। ମନ୍ଦିର ଲାଗି ଭୂମିପୂଜା ଅନୁଷ୍ଠିତ ହୋଇଥିବା ବେଳେ ମାନବାଧିକାର ସଂସଦୀୟ ସଚିବ ଲାଲଚନ୍ଦ ମଲହ୍ୱୀ ଏଥିରେ ଯୋଗଦେଇଥିଲେ।

{"id":291087,"width":581,"height":383,"sizeSlug":"large"}

ମଲହ୍ୱୀ କହିଥିଲେ ଯେ ୧୯୪୭ ମସିହା ପୂର୍ବରୁ ଇସ୍ଲାମାବାଦ ଓ ଆଖପାଖ ଅଞ୍ଚଳରେ ଅନେକ ହିନ୍ଦୁ ମନ୍ଦିର ଥିଲା। ଏଥିରୁ ଏବେବି ଗୋଟିଏ ସୈଦପୁର ଗାଁ ଓ ଆଉ ଗୋଟିଏ କୋରଙ୍ଗ ନଦୀ କୂଳରେ ରହିଛି। ତେବେ ଦୁଇଟିଜାକ ମନ୍ଦିର ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚିବା ଏଠାରେ ପୂଜାର୍ଚ୍ଚନା ସମ୍ଭବ ନୁହେଁ ବୋଲି କହିଛନ୍ତି। ଗତ କିଛି ଦଶନ୍ଧୀରେ ପାକିସ୍ତାନ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହୋଇଛି। ଏଣୁ ମନ୍ଦିରର ଆବଶ୍ୟକତା ଦେଖା ଦେଇଥିବା ମଲହ୍ୱୀ କହିଛନ୍ତି।

{"id":291091,"width":577,"height":323,"sizeSlug":"large"}

ଇସ୍ଲାମାବାଦ ହିନ୍ଦୁ ପଞ୍ଚାୟତ କୃଷ୍ଣମନ୍ଦିର ନିର୍ମାଣ ଲାଗି ପ୍ରସ୍ତାବ ଦେଇଛି। ମନ୍ଦିର ପରିସରରେ ଏକ ଶ୍ମଶାନ ଘାଟ ବି ରହିବ। ସେହିପରି ଅନ୍ୟ ଧାର୍ମିକ ସଂସ୍କାର ଲାଗି ମଧ୍ୟ ଏଠାରେ ବ୍ୟବସ୍ଥା ରହିବ। ଏହି ମନ୍ଦିର ନିର୍ମାଣରେ ଯାହାବି ଖର୍ଚ୍ଚ ହେବ ତାହା ସରକାର ବହନ କରିବେ ବୋଲି ଧର୍ମ ସମ୍ପର୍କିତ ମନ୍ତ୍ରାଳୟଙ୍କ ମନ୍ତ୍ରୀ ନୁରୁଲ ହକ୍ କାଦରୀ କହିଛନ୍ତି। ଏଥିଲାଗି ମନ୍ତ୍ରୀ ଅନେକ ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଆଲୋଚନା କରିସାରିଥିବା ଜନୈକ ବିଭାଗୀୟ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.