ବଏଫ୍ରେଣ୍ଡଙ୍କ ସହ କୃଷ୍ଣା ଶ୍ରଫଙ୍କ ନ୍ୟୁ ୟିଅର ସେଲିବ୍ରେସନ୍ ଭାଇରାଲ, କମେଣ୍ଟ କଲେ ଭାଇ ଟାଇଗର…

Published By : Prameya-News7 Bureau | December 31, 2019 IST

ମୁମ୍ବାଇ୩୧|୧୨: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ନିଜ ଲୁକ୍ସ ଓ ଫିଟ୍‌ନେସ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। କୃଷ୍ଣା ନିଜ ପ୍ରେମିକ ଏବାନ୍‌ ହୋମ୍ସଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରନ୍ତି। ଏହି ଫଟୋ ଗୁଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି।

{"id":204922,"width":571,"height":638,"sizeSlug":"large"}

କୃଷ୍ଣା ଏବେ ନିଜ ପ୍ରେମିକଙ୍କ ସହ ରୋମାଣ୍ଟିକ୍‌ ଭେକେସନ୍‌ ବିତାଇବାକୁ ଯାଇଛନ୍ତି। କୃଷ୍ଣା ଶ୍ରଫ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୁଲ ନିକଟରେ ଥିବା ଅନେକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ କୃଷ୍ଣା ବିକିନିରେ ନଜର ଆସୁଛନ୍ତି। ଫଟୋ ଗୁଡିକରେ ଟାଇଗର ଶ୍ରଫ ମଧ୍ୟ କମେଣ୍ଟ କରିଛନ୍ତି। କୃଷ୍ଣା ବଏଫ୍ରେଣ୍ଡ ସହ ମଧ୍ୟ ଅନେକ ରୋମାଣ୍ଟିକ୍‌ ଫଟୋ ସେୟାର କରିଛନ୍ତି।

{"id":204921,"width":583,"height":738,"sizeSlug":"large"}

ନ୍ୟୁ ୟିଅର ୨୦୨୦ କୃଷ୍ଣା ନିଜ ବଏଫ୍ରେଣ୍ଡ ସହ ପାଳିବେ। ଫଟୋ ଗୁଡିକରେ କୃଷ୍ଣା କଳା ରଂଗର ବିକିନି ପିନ୍ଧି ପୁଲ ପାଖରେ ଶୋଇଥିବାର ନଜର ଆସିଛନ୍ତି। ଏହି ଫୋଟକୁ ସେୟାର କରିବା ସହ କୃଷ୍ଣା କ୍ୟାପଶନ ମଧ୍ୟ ଦେଇଛନ୍ତି। ସେ ଲେଖକିଛନ୍ତି ଯେ, ‘ନିରବନା ଷ୍ଟେଟ୍‌ ଅଫ ମାଇଣ୍ଡ’।

{"id":204923,"sizeSlug":"large"}

ଫ୍ୟାନ୍ସଙ୍କ ବ୍ୟତୀତ ଅନେକ ଅଭିନେତା ଓ ଅଭିନେତ୍ରୀ ଫଟୋରେ କମେଣ୍ଟ କରିଛନ୍ତି। ଟାଇଗର ମଧ୍ୟ ନିଜ ଭଉଣୀ ଫଟୋରେ ମଜାଳିୟା କମେଣ୍ଟ ଦେଇ ଏକ ଇମୋଜି ପୋଷ୍ଟ କରିଛନ୍ତି।

{"id":204924,"width":571,"height":676,"sizeSlug":"large"}

ଅପରପକ୍ଷରେ କୃଷ୍ଣା ବଏଫ୍ରେଣ୍ଡ ଏବାନ୍‌ଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଗୋଟେ ଫଟୋରେ ଉଭୟ ପରସ୍ପରଙ୍କୁ କିସ୍‌ କରିବାରେ ନଜର ଆସିଛନ୍ତି। ସୂଚନାଯୋଗ୍ୟ ଯେ, ଏବାନ୍‌ ଓ କୃଷ୍ଣା ସିକ୍ରେଟ୍‌ ମ୍ୟାରେଜ୍‌ କରିସାରିଛନ୍ତି।    

wp:heading {"level":1}

   

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.