Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

କ୍ରୋଧ ନିୟନ୍ତ୍ରଣ ପାଇଁ ମହାଭାରତ ଯୁଦ୍ଧ ବେଳେ ଅର୍ଜ୍ଜୁନଙ୍କୁ ଏହି ଉପଦେଶ ଦେଇଥିଲେ ଶ୍ରୀକୃଷ୍ଣ, ଆପଣ ମଧ୍ୟ ନିଜ ଜୀବନରେ କରିପାରିବେ ଉପଯୋଗ

26/07/2019 at 9:44 PM

କ୍ରୋଧ ମଣିଷର ପ୍ରଥମ ଶତ୍ରୁ ଏହି କଥା କେହି ଆଡେଇ ଦେଇ ପାରିବେ ନାହିଁ। ଅଧିକାଂଶ ଲୋକେ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରନ୍ତି ନାହଁ।  କ୍ରୋଧ ଏହିଭଳି ଜିନିଷ ଯାହା ଦ୍ବାରା ମଣିଷ ଶରୀରର ହାନି ଘଟିଥାଏ।  କ୍ରୋଧ ପ୍ରଥମେ ନିଜର କ୍ଷତି କରିଥାଏ। କ୍ରୋଧକୁ ନିୟନ୍ତ୍ରଣ କରିପାରୁ ନଥିବା ବ୍ୟକ୍ତିଙ୍କୁ ବିଭିନ୍ନ ମହଲରେ ନିନ୍ଦା କରିଥାନ୍ତି। କ୍ରୋଧ ଦ୍ବାରା ବ୍ୟକ୍ତିର ପ୍ରତିଛବି ମଳିନ ପଡ଼ିଯାଇଥାଏ। ପରିବାର କିମ୍ବା ସମାଜ ଭିତରେ କ୍ରୋଧିତ ବ୍ୟକ୍ତି ଭୁଲକରି ବସେ। ଫଳରେ ସେହି ବ୍ୟକ୍ତିଙ୍କୁ ନେଇ ସମାଲୋଚନ କରାଯାଇଥାଏ।

ଯଦି ଆପଣ ବାରମ୍ବାର ରାଗିଯାଉଛନ୍ତି, ତେବେ ସର୍ବପ୍ରଥମେ ଆପଣ ସହ ଜଡିତ ଥିବା ଜିନିଷକୁ ହରାଇବେ। କ୍ରୋଧ ସର୍ବପ୍ରଥମେ ନିଜର ସଂପର୍କୀୟଙ୍କୁ ନିଜଠାରୁ ଛଡ଼ାଇ ନେଇଥାଏ। ବହୁ ବର୍ଷରୁ ଯୋଡି ରହିଥିବା ସଂପର୍କ କ୍ରୋଧ ଦ୍ବାରା ଅଳ୍ପ ସମୟରେ ଭାଙ୍ଗି ଯାଇଥାଏ। ବନ୍ଧୁ ପରିଜନଙ୍କଠାରୁ ଆଶା କରୁଥିବା ଭଲ ପାଇବା ଓ ସ୍ନେହଶ୍ରଦ୍ଧା କ୍ରୋଧ ଛଡାଇ ନେଇଥାଏ। କ୍ରୋଧ କାରଣରୁ ସମ୍ମାନରୁ ବି ଆପଣ ବଞ୍ଚିତ ହୋଇଥାନ୍ତି। କ୍ରୋଧ ପ୍ରଥମେ ନିଜ ଲୋକଙ୍କୁ ତମଠାରୁ ଛଡ଼ାଇ ନେଇଥାଏ। ଏହାକରିବା ଦ୍ବାରା କ୍ରୋଧିତ ବ୍ୟକ୍ତିଙ୍କ ଉପରେ ଭରସା ଉଠିଯାଇଥାଏ।

ଏହି କ୍ରୋଧ ସିଧା ଶରୀର ଉପରେ ପଡ଼ିଥାଏ। ଅଧିକ  କ୍ରୋଧ ଦ୍ବାରା ମଣିଷର ଜୀବନ ଚାଲିଥାଏ। ମଣିଷ ଭାବନାକୁ ବୁଝିବା ପୂର୍ବରୁ କ୍ରୋଧ ସବୁ ସାରିଦେଇଥାଏ। ତେଣୁ କ୍ରୋଧ ନିୟନ୍ତ୍ରଣ କରିବା ମଣିଷ ପକ୍ଷେ ନିହାତି ଆବଶ୍ୟକ। ଆପଣଙ୍କୁ ଆଘାତ ଦେଉଥିବା କଥା ଟିକେ ଶୁଣନ୍ତୁ ପୁଣି ଠିକ ସମୟରେ ଏହି କଥା ଉପସ୍ଥାପନା କରନ୍ତୁ।

କ୍ରୋଧ ନିୟନ୍ତ୍ରଣ କରିବା ପାଇଁ ମହାଭାରତରେ ଶ୍ରୀକୃଷ୍ଣଙ୍କ ଆଦର୍ଶକୁ ଗ୍ରହଣ କରିବା ଉଚିତ। ଶ୍ରୀକୃଷ୍ଣ କୌଣସି ଆବେଗରେ ପ୍ରତିକ୍ରିୟା ଦେଇନଥିଲେ। ମହାଭାରତରେ ଶ୍ରୀକୃଷ୍ଣ ସଦାସର୍ବଦା ଅର୍ଜୁନଙ୍କୁ କହିଥିଲେ କ୍ରୋଧ ହିଁ ଅନର୍ଥ ମୂଳ କାରଣ। ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଅର୍ଜୁନଙ୍କୁ ସଦାସର୍ବଦା ଉପଦେଶ ଦେଉଥିଲେ। ତେଣୁ ମହାଭାରତରେ ଶ୍ରୀକୃଷ୍ଣ କ୍ରୋଧକୁ ନିୟନ୍ତ୍ରଣ କରିବାର ଉପାୟ ମଧ୍ୟ କହିଥିଲେ। ଯେତେ ଜଟିଲ ପରିସ୍ଥିତି ଆସିଲେ ବି ଭାଙ୍ଗି ପଡ଼ିବ ନାହଁ ଏବଂ ନରାଗି ସମୟ ସହିତ ମୁକାବିଲା କରିବ ବୋଲି ଶ୍ରୀକୃଷ୍ଣ କହିଥିଲେ। ସବୁବେଳେ ପରିସ୍ଥିତିକୁ ଗୁରୁତର ଭାବେ ଚିନ୍ତା କରିବା ଆବଶ୍ୟକ। କ୍ରୋଧ ମଣିଷର ବ୍ୟକ୍ତିତ୍ବକୁ ନଷ୍ଟ କରିଦେଇଥାଏ। ତେଣୁ ଏହାଠାରୁ ଦୂରେଇ ରହିବା ଉଚିତ୍

   Related Posts