କ୍ରାନ୍ତି ଦିବସରେ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | August 09, 2018 IST

ପୁରୀ ୯/୮ : ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଆଜିଠାରୁ ସଂକଳ୍ପ ନେଇଛି ସେବାୟତ ସମ୍ମିଳନୀ। ମାନ୍ୟବର ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଅନୁପାଳନ କରିବାକୁ ଯାଇ ରାଜ୍ୟ ସରକାର କିମ୍ୱା ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସେବାୟତମାନେ ଶ୍ରୀମନ୍ଦିରର ସମସ୍ତ ଚାବି ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଦେବେ ବୋଲି ଚରମ ବାଣୀ ଶୁଣାଇଛନ୍ତି। ଶ୍ରୀମନ୍ଦିରରେ ସେବାୟତମାନେ ଦାନ, ଦକ୍ଷିଣା ଗ୍ରହଣ ଉପରେ ପ୍ରତିବନ୍ଧକ, ଶ୍ରୀମନ୍ଦିରରେ ଚାଲିଆସୁଥିବା ବଂଶଗତ ପରମ୍ପରା ସେବାରୁ ଉଛେଦ, ଶ୍ରୀମନ୍ଦିରରେ ଚୁଲା ଅଧିକାରରୁ ବଞ୍ଚିତ କରାଯିବାର ଯୋଜନାକୁ ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ। ଏ ସବୁ ନିଷ୍ପତ୍ତି ସେବାୟତଙ୍କ ଜୀବନ ଓ ଜୀବିକାକୁ ଦୁର୍ବିସହ କରାଇଛି। ଏହା ଶ୍ରୀମନ୍ଦରରେ ଅଣହିନ୍ଦୁ ପ୍ରବେଶ କରାଇବା ସହ ସେବାୟତଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.