କୋଭିଡରୁ ମୁକୁଳୁଛି ଅର୍ଥ ବ୍ୟବସ୍ଥା, KPMG ଏକକାଳୀନ ନିଯୁକ୍ତ କଲେ ୮୦୦ Fresher
2/12/2020 at 10:33 PM

ଭାରତର ୪ ପ୍ରମୁଖ ଆକାଉଣ୍ଟାସୀ ଫାର୍ମ ମଧ୍ୟରୁ ଅନ୍ୟତମ କେପିଏମଜି ନବ ନିଯୁକ୍ତି ଦେଇଛନ୍ତି। ଏକକାଳୀନ ୮୦୦ ଫ୍ରେସରଙ୍କୁ ନିଯୁକ୍ତ କରିଥିବା ବେଳେ କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତିରୁ ଭାରତ ମୁକୁଳୁଥିବାର ପ୍ରଥମ ସୂଚନା ଦେଇଛନ୍ତି । କେପିଏମଜି କନସଲଟାନ୍ସୀ ତାଙ୍କ ଡିଜିଟାଲ ପ୍ଲାଟଫର୍ମ ଲାଗି ଏହି ନିଯୁକ୍ତି କରିଥିବା ଜଣାପଡିଛି।
ଏବେ ଅଧିକାଂଶ କମ୍ପାନୀ ଡିଜିଟାଲ ଟ୍ରାନ୍ସଫରେମେସନ ଭର୍ଟିକାଲରେ ନିବେଶ କରିବାକୁ ଚାହୁଁଛନ୍ତି। ଏଥିରେ କେପିଏମଜି ନିଯୁକ୍ତି କରିଥିବା ୬୦ ପ୍ରତିଶତ କର୍ମଚାରୀ କନସଲଟାନ୍ସୀ ବ୍ୟବସାୟ ସହ ଜଡିତ। ଏଣୁ ଡିଜିଟାଲରେ ନିଯୁକ୍ତିକୁ ସଂସ୍ଥା ପ୍ରାଥମିକତା ଦେଉଛନ୍ତି। ନୂଆ ନିଯୁକ୍ତ କର୍ମଚାରୀଙ୍କ ଉପରେ ୫୫୦ରୁ ଅଧିକ ଲାଟେରାଲ ଓ ଅଭିଜ୍ଞ କର୍ମଚାରୀ ଥିବା କମ୍ପାନୀ କହିଛି। ଏଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପାନୀ ଟାଲେଣ୍ଟ ପୁଲ କରିଥିବା ବେଳେ ଏବେ ଏଭଳି ନିଯୁକ୍ତିରେ ଅଧିକ ନିବେଶ ଲାଗି ଆଗ୍ରହୀ ବୋଲି ଏକ ପ୍ରମୁଖ ବ୍ୟବସାୟୀକ ଦୈନିକକୁ କହିଛନ୍ତି।
ଦେଶର ବଡବଡ କନସଲଟାନସୀ ଫାର୍ମ ମାନେ ବାର୍ଷକ ହାରାହାରି ୧ଲକ୍ଷ ୨୫ ହଜାରରୁ ମଧ୍ୟ ଅଧିକ ପ୍ରଫେସନାଲଙ୍କୁ ନିଯୁକ୍ତ କରିଥାନ୍ତି। ତେବେ କୋବିଡ-୧୯ ମହାମାରୀ ଲାଗି ୨୦୨୦ ବର୍ଷରେ ଏପର୍ଯନ୍ତ ଗୋଟିଏ ବି ନିଯୁକ୍ତି ହୋଇପାରିନଥିଲା। ଆଇନ ସଂସ୍ଥାଙ୍କ ସମେତ ଅଧିକାଂଶ ପରାମର୍ଶଦାତା ସଂସ୍ଥାଙ୍କ କାରବାର କରୋନା ମହାମାରୀରେ ପ୍ରଭାବିତ ହୋଇଛି। ମହକିଲ ଦେୟ ପୈଠ ବନ୍ଦ କରିଦେବା ଯୋଗୁ ସେମାନଙ୍କ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି।
ହେଲେ ଏବେ ଡିଲୋଏଟ୍, ଇୱାଇ, ପିଡବ୍ଲୁସି, ଖୈତାନ, ଏଜେଡବି ଓ ଟ୍ରାଇଲିଗାଲ ଭଳି ଶୀର୍ଷ ସଂସ୍ଥାମାନେ ଫ୍ରେସର ଲୟର, ଏମବିଏ ଏବଂ ଚାର୍ଟାଡ ଆକାଉଣ୍ଟାଣ୍ଟଙ୍କ ଲାଗି ସେମାନଙ୍କ ଅଫର ଖୋଲିଛନ୍ତି। ତେବେ ମିଳୁଥିବା ସୂଚନାରୁ କୋଭିଡ-୧୯ ନିଯୁକ୍ତି କ୍ଷେତ୍ରରେ ଚାହିଦା ହ୍ରାସ କରିଛି। ଶୀର୍ଷ କମ୍ପାନୀମାନେ ଏବେ ଶହଶହ ଆପ୍ ଡେଭଲପର, ସଫ୍ଟୱେର ଡେଭଲପର, ଆନାଲିଟିକ୍ସ ଓ ଏଣ୍ଟରପ୍ରାଇଜ୍ ସଫ୍ଟୱେର ଇଞ୍ଜିନିରଙ୍କୁ ନିଯୁକ୍ତ କରିଛନ୍ତି। କାରଣ ସେମାନେ ଏବେ ଡିଜିଟାଲ ବ୍ୟବସାୟରେ ନୂଆ ଉତ୍ସାହ ଖୋଜୁଛନ୍ତି। ସେହି ଅନୁସାରେ କେପିଏମଜି ମଧ୍ୟ ବିଭିନ୍ନ ସ୍ରୋତରେ ଉପଲବ୍ଧ ସର୍ବୋତ୍ତମ ପ୍ରତିଭାମାନଙ୍କୁ ଆପଣାଉଥିବା ସଂସ୍ଥା କହିଛି।