Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

କପିଳ ଦେବ ସମ୍ପୂର୍ଣ୍ଣ ଫିଟ୍ : ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇବା ସହ ଦୀପାବଳିର ଜଣାଇଲେ ଶୁଭେଚ୍ଛା

14/11/2020 at 3:11 PM

ନୂଆଦିଲ୍ଲୀ୧୪/୧୧ : ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଛନ୍ତି । ଦୀପାବଳି ଉପଲକ୍ଷେ ଟ୍ବିଟ ମାଧ୍ୟମରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କୁ ଶୁଭକାମନା ଜଣାଇଛନ୍ତି କପିଳ ଦେବ । ଗତ ମାସରେ କପିଳଙ୍କ ହଠାତ ହୃଦଘାତ ହେବାରୁ ସଙ୍ଗେ ସଙ୍ଗେ ସର୍ଜରୀ କରଯାଇଥିଲା ।  ଗତମାସ ଅକ୍ଟୋବର ୨୩ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ଏଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା ।

ଏବେ କପିଳ ଦେବ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଦୀପାବଳି ଉପଲକ୍ଷେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ସେ ଭିଡିଓ ସେୟାର କରି କହିଛନ୍ତି ଯେ, ଏହି ବର୍ଷ ଦୀପାବଳି ସମସ୍ତଙ୍କ ଜୀବନରେ ଖୁସି ଭରିଦେଉ । କପିଳ କହିଛନ୍ତି ତାଙ୍କୁ ଶୁଭକାମନା ଜଣାଇଥିବା ସମସ୍ତଙ୍କୁ  ଧନ୍ୟବାଦ । ସେ ବର୍ତ୍ତମାନ ସ୍ବାସ୍ଥ୍ୟଗତ ସମସ୍ୟାରୁ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଖୁସି ଅଛନ୍ତି ।

ଗୁରବାର କପିଳ ଦେବ ତାଙ୍କ ବନ୍ଧୁମାନଙ୍କ ସହିତ ଗଲ୍ଫ ଖେଳୁଥିବା ନଜର ଆସିଥିଲେ । ସେ ଗଲ୍ଫ ଖେଳୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ବର୍ତ୍ତମାନ ଦିଲ୍ଲୀର ସୁନ୍ଦର ନଗରରେ ରହୁଛନ୍ତି । କିଛି ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଓଖଲା ର ଫୋର୍ଟିସ ଏସ୍କୋର୍ଟେସ୍ ହାର୍ଟ ଇନଷ୍ଟିଚ୍ୟୁଟରେ ବର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଛି ଏବଂ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

   Related Posts