ଗାଦି ପାଇଁ ଓଲିଙ୍କ ବାଚାଳାମୀ, କହିଲେ- ତାଙ୍କୁ ହଟାଇବା ଲାଗି ଭାରତ ରଚୁଛି ଷଡଯନ୍ତ୍ର

Published By : Prameya-News7 Bureau | June 28, 2020 IST

କାଠମାଣ୍ଡୁ ୨୮।୦୬: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗାଦି ପ୍ରତି ବିପଦ ବଢିବାରେ ଲାଗିଛି। କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଜାରି ଦଳୀୟକନ୍ଦଳ ଏବଂ ଦେଶରେ  ଜାରି ସରକାର ବିରୋଧୀ ହାଓ୍ଵା ଉପରୁ ଲୋକଙ୍କ ନଜର ହଟାଇବା ଲାଗି ପ୍ରଧାନମନ୍ତ୍ରୀ ଓଲି ଏବେ ଉଗ୍ର ରାଷ୍ଟ୍ରବାଦ ପ୍ରୟୋଗ କରିଛନ୍ତି। ସେ ନିଜ ପାର୍ଟିରେ ଜାରି କନ୍ଦଳକୁ ନେଇ ପରୋକ୍ଷରେ ଭାରତକୁ ଦାୟୀ କରିଛନ୍ତି। ସେ  କହିଛନ୍ତି ଯେ, ଭାରତୀୟ ଦୂତାବାସ ମୋ ସରକାର ବିରୋଧରେ ହୋଟେଲ୍‌ରେ ଷଡଯନ୍ତ୍ର ରଚୁଛି।

ମଦନ ଭଣ୍ଡାରୀଙ୍କ ୬୯ତମ ଜୟନ୍ତୀ  ଅବସରରେ ପ୍ରଧାନମନ୍ତ୍ରୀ କେପି ଶର୍ମା କହିଛନ୍ତି, ତାଙ୍କୁ ପଦରୁ ହଟାଇବା ଲାଗି ଖେଳ ଆରମ୍ଭ ହୋଇଛି ହେଲେ ଏହା ସମ୍ଭବ ନୁହେଁ। ସେ ଦାବି କରିଛନ୍ତି ଯେ, କାଠମାଣ୍ଡୁର ଏକ ହୋଟେଲ୍‌ରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବୈଠକ କରାଯାଉଛି। ଏଥିରେ ଭାରତୀୟ ଦୂତାବାସ ମଧ୍ୟ ସାମିଲ। ଉଲ୍ଲେଖଯୋଗ୍ୟ,  ଓଲିଙ୍କ ଏହି ଇସାରା ଭାରତ ପ୍ରତି ଥିଲା।

ସେ ଦୃଢତାର ସହ କହିଛନ୍ତି ଯେ, ଭାରତୀୟ ଜମିକୁ ନେପାଳି ନକ୍ସାରେ ସ୍ଥାନିତ କରିବା ସମ୍ବିଧାନ ସଂଶୋଧନ ପରେ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଛି। ମୋତେ ପଦରୁ  ହଟାଇବା ଲାଗି ରୀତିମତ ପ୍ରୟାସ ଚାଲିଛି। ଓଲି କହିଛନ୍ତି ନେପାଳର ରାଷ୍ଟ୍ରୀୟତା ଏତେ ଦୁର୍ବଳ ନୁହେଁ। କେହି ମଧ୍ୟ ଚିନ୍ତା କରି ନାହାନ୍ତି ଯେ, ନକ୍ସାକୁ ଛାପିବା ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କକୁ ପଦରୁ ହଟାଇ ଦିଆଯିବ।

{"id":292912,"width":581,"height":436,"sizeSlug":"large"}

ଭାଙ୍ଗିବା ଦ୍ଵାରରେ ଓଲିଙ୍କ ଦଳ

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପାର୍ଟି ଏବେ ଭାଙ୍ଗିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ନେପାଳର କ୍ଷମତାଧାରୀ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକାରୀ ସଭାପତି ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସମାଲୋଚନା କରିବା ପରେ ଏବେ ଇସ୍ତଫା ଦାବି କରିଛନ୍ତି। ପ୍ରଚଣ୍ଡ ଓଲିଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ତେବେ ସେ ପାର୍ଟି ଛାଡି ଦେବେ।

ଗାଦି ପାଇଁ ସେନାର ସାହାରା ନେଲେ ଓଲି

ପ୍ରଚଣ୍ଡ ଖୁଲାସା କରିଛନ୍ତି, ପ୍ରଧାନମନ୍ତ୍ରୀ ଓଲି ନିଜର ଗାଦି ବଞ୍ଚାଇବା ପାଇଁ କୌଣସି ସ୍ତରକୁ ମଧ୍ୟ ଯାଇ ପାରନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଓଲି ନିଜର ପଦ ବଞ୍ଚାଇବା ଲାଗି ନେପାଳୀ ସେନାଙ୍କ ସାହାରା ନେଉଛନ୍ତି। ଆମକୁ ଶୁଣିବାକୁ ମିଳୁଛି ଯେ, ପିଏମ ଓଲି କ୍ଷମତା ଜାବୁଡି ରଖିବା ପାଇଁ ପାକିସ୍ତାନୀ, ଆଫଗାନୀ କିମ୍ବା ବାଂଲାଦେଶୀ ମୋଡେଲ୍‌କୁ ଆପଣାଇବାକୁ ଉଦ୍ୟମମ କରୁଛନ୍ତି। ମାତ୍ର ନେପାଳରେ ଏହି ଧରଣର ପ୍ରୟାସ ସଫଳ ହେବ ନାହିଁ।

ମୋତେ ଜେଲ୍ ପଠାଇବା ପ୍ରୟାସରେ ଓଲି

ପ୍ରଚଣ୍ଡ ଓଲିଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, କେହି ହେଲେ ମୋତେ ଭ୍ରଷ୍ଟାଚାର ନାମରେ ଜେଲ୍‌ ପଠାଇ ପାରିବେ ନାହିଁ। ସେନା ସାହାଯ୍ୟରେ ଦେଶରେ ଶାସନ କରିବା ସହଜ ନୁହେଁ। ପ୍ରଚଣ୍ଡ ଓଲିଙ୍କୁ ଟାର୍ଗେଟ୍ କରି କହିଛନ୍ତି, ବିରୋଧୀଙ୍କ ସାଙ୍ଗରେ ମେଣ୍ଟ କରି କିମ୍ବା ପାର୍ଟିକୁ ବିଭାଜିତ କରି ସରକାର ଚଳାଇବା ସମ୍ଭବ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.