କେରଳ ବିମାନ ଦୁର୍ଘଟଣା : ବର୍ଷା ସତ୍ତ୍ୱେ ଲ୍ୟାଣ୍ଡିଙ୍ଗ ପୂର୍ବରୁ ରନୱେରେ ହୋଇନଥିଲା ଫ୍ରିକ୍ସନ ଟେଷ୍ଟ

Published By : Prameya-News7 Bureau | August 08, 2020 IST

କୋଝିକୋଡ଼ ୦୮/୦୮ : କେରଳ କୋଝିକୋଡ଼ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ବ୍ଲାକ ବକ୍ସ ମିଳିଛି | ଏଥିରୁ ବିମାନ ଦୁର୍ଘଟଣାର କାରଣ ଜାଣିବାରେ ସାହାଯ୍ୟ ମିଳିବ | ନ୍ୟୁଜ ଏଜେନ୍ସି ସୂତ୍ର ଅନୁଯାୟୀ, କୋଝିକୋଡ଼ ସ୍ଥିତ କରିପୁର ବିମାନବନ୍ଦରରେ ବିମାନ ଲ୍ୟାଣ୍ଡିଙ୍ଗ ପୂର୍ବରୁ ରନୱେରେ ଫ୍ରିକ୍ସନ ଟେଷ୍ଟିଙ୍ଗ କରାଯାଇନଥିଲା | କେରଳ ଲଗାତାର ବର୍ଷା ହେଉଛି | ତାହାପି ଲ୍ୟାଣ୍ଡିଙ୍ଗ ପୂର୍ବରୁ ଟେଷ୍ଟିଙ୍ଗ କରାଯାଇନଥିଲା |

{"id":311765,"sizeSlug":"large"}

ସୂତ୍ର ଅନୁଯାୟୀ, ଚେନ୍ନାଇରୁ ଏକ ରନୱେ ଫ୍ରିକ୍ସନ ଟେଷ୍ଟିଙ୍ଗ ହ୍ୱିକଲ ଅଣାଯାଇଥିଲା | ଦୁର୍ଘଟଣା ପୂର୍ବରୁ ଏହାର ବ୍ୟବହାର କରାଯାଇନଥିଲା | ସାଧାରଣତଃ ବର୍ଷା ହେଲେ ରନୱେର ଟେଷ୍ଟିଙ୍ଗ କରାଯାଇଥାଏ ଯେ ରନୱେରେ ବିମାନ ଖସିବା ଭଳି ସ୍ଥିତି ନାହିଁ ତ | କିନ୍ତୁ କୋଝିକୋଡ଼ରେ ଯାଞ୍ଚ କରାଯାଇନଥିଲା | ଫ୍ରିକ୍ସନ ଟେଷ୍ଟିଙ୍ଗ ହ୍ୱିକଲ ଚକ ମଧ୍ୟରେ ରନୱେ ଟେଷ୍ଟିଙ୍ଗ କରିଥାଏ | ଟେବୁଲ ଟପ ଏୟାରପୋର୍ଟ ରନୱେ ବିଶେଷ ଭାବେ କୋଝିକୋଡ଼ ଓ ମେଙ୍ଗାଲୁରୁ ପାଇଁ ଏହିଭଳି ଉପକରଣ ମହତ୍ଵପୁର୍ଣ ବୋଲି କୁହାଯାଏ |

{"id":311769,"sizeSlug":"large"}

କେରଳ କୋଝିକୋଡ଼ରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ଡିଜିଟାଲ ଫ୍ଲାଇଟ ଡାଟା ରେକର୍ଡର ଏବଂ କକପିଟ ଭଏସ ରେକର୍ଡର ଜବତ ହୋଇଛି | ବିମାନ ନିୟାମକର ଜଣେ ଅଧିକାରୀ ଶନିବାର ଦିନ ଏନେଇ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ବିମାନରୁ ଜବତ ହୋଇଥିବା ଡ଼ିଏଫଡିଆର ଏବଂ ସିବିଆର ଦୁର୍ଘଟଣାର କାରଣ ପତା କରିବାରେ ସାହାଯ୍ୟ କରିବ | ଅଧିକାରୀଙ୍କ କହିବାନୁଯାୟୀ, ଉପକରଣ ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ ପାଖରେ ଅଛି | ଏହାକୁ ଯାଞ୍ଚ ପାଇଁ ଦିଲ୍ଲୀ ପଠାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.