Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଲୋକେ ମାନୁନାହାଁନ୍ତି କୋଭିଡ୍ ନିୟମ, ଆଜିଠୁ ବୁଲିବ ସୋସିଆଲ ଡିଷ୍ଟାନ୍ସ ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ଅମାନିଆଙ୍କ ବିରୋଧରେ ହେବ ଆକ୍ସନ

21/02/2021 at 9:22 AM

ଭୁବନେଶ୍ୱର,୨୧/୦୨: ମହାମାରୀ କରୋନା ମହାରାଷ୍ଟ୍ର ଓ କେରଳରେ ପୁଣି କାୟାବିସ୍ତାର କଲାଣି । ଏହାକୁ ନଜରରେ ରଖି ଓଡ଼ିଶା ସରକାର ସଜବାଜ ହେଉଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ସ୍ଥିତି ଦେଖିଲେ ଲାଗୁଛି ଯେମିତି କରୋନା ନାହିଁ । କରୋନା କଟକଣାର ସବୁ ନିୟମକୁ ଦଳିମକଚି ଦେଇଛନ୍ତି ସ୍ମାର୍ଟସିଟିର ସ୍ମାର୍ଟ ବାସିନ୍ଦା । ଏହାଦେଖି କମିଶନରେଟ୍‌ ପୁଲିସ୍‌ ପୁଣି ଆକ୍ସନ୍‌ ମୋଡ୍‌କୁ ଆସିଛି । ରବିବାରଠୁ କରୋନା ନିୟମ ପୁଣି କଡ଼ାକଡ଼ି ହେବ ବୋଲି ଡିସିପି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ରାଜଧାନୀରେ କରୋନାର ସବୁ ନିୟମ ଚୁଲିକି ଗଲାଣି । ଯିଏ ଯୁଆଡ଼େ ପାରୁଛନ୍ତି ବୁଲୁଛନ୍ତି । ବଜାରଘାଟରେ ହାଉଯାଉ ଗହଳି କରୁଛନ୍ତି । ଅଧିକାଂଶ ମାସ୍କ ପିନ୍ଧୁ ନାହାନ୍ତି । ନା ପୁଲିସ ଫୋର୍ସ ରୋକୁଛି ନା କେହି ନିଜ ଆଡୁ ମାନିବାକୁ ପ୍ରସ୍ତୁତ ଅଛନ୍ତି । ସହରରେ ଏମିତି ଭିଡ଼ ହେଲାଣି ଯେ, ସତେ ଯେମିତି କରୋନା ଛାଡି଼ କୁଆଡ଼େ ପଳାଇଛି । ସେପଟେ ରାସ୍ତାଘାଟ ଜଗିବା ଛାଡି଼ ବଜାରଘାଟ ଗଳିକନ୍ଦିରେ ସାମାଜିକ ଦୂରତ୍ୱକୁ ଫୋକସ୍‌ ଦେବା ପାଇଁ ଟୁଇନ୍‌ସିଟିରେ ଗଢ଼ା ଯାଇଥିଲା ‘ସୋସିଆଲ୍‌ ଡିଷ୍ଟାନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌’ । କିଛି ଦିନ ପାଇଁ ଏହି ଟିମ୍‌ ଚୁପ୍‌ ବସିଥିଲା । ରବିବାର ଠାରୁ ପୁଣି ଏହି ସ୍କ୍ୱାଡ୍‌ ଗଳି କନ୍ଦି ବୁଲିବ । ଲୋକଙ୍କୁ ସଚେତନ କରାଇବ । ଏହାସହ ନିୟମ ଖିଲାପକାରୀଙ୍କ ଉପରେ ଆକ୍ସନ ବି ନେବ ପୋଲିସ ।

ଜନ ଗହଳିପୂର୍ଣ୍ଣ ସହିଦନଗର, ଜନପଥ, ବାପୁଜୀ ନଗର, ଅଶୋକ ନଗର, ନୂଆପଲ୍ଲୀ ଆଇଡି ମାର୍କେଟ, କୋଚିଲାଖାଇ ହାଟ, ଚନ୍ଦ୍ରଶେଖରପୁରର ବିଭିନ୍ନ ମାର୍କେଟ୍‌ରେ ନାହିଁ ନଥିବା ଭିଡ ଜମୁଛି । ହାତ ଗଣତି ଲୋକଙ୍କୁ ଛାଡ଼ି ଦେଲେ, ଅନ୍ୟ ସବୁଠି ବେପରୱା ଭିଡ଼ ଜମାଉଛନ୍ତି । ପରିବା ମାର୍କେଟ କଥା ନ କହିବା ଭଲ । ସହରର ପ୍ରମୁଖ ରାସ୍ତା କଟକ ରୋଡ୍‌, ସଚିବାଳୟ ମାର୍ଗ, ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ସକାଳୁ ସଞ୍ଜ ଯାଏ ଅହରହ ଗାଡି଼ ଗଡୁଛି । ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ଫ୍ଲାଏଓଭରରେ ତଳେ ପୁଲିସ୍‌ ହେଲ୍‌ମେଟ୍‌ ଚେକିଂ କରୁଛି । ହେଲେ ମାସ୍କ ନ ପିନ୍ଧି ବୁଲୁଥିବା ଲୋକ ପ୍ରତି କାର୍ଯ୍ୟାନୁଷ୍ଠାନ ନାହିଁ । ଯଦି ସହରବାସୀ ସଚେତନ ନହେବେ ଆଗକୁ ସ୍ଥିତି ବିସ୍ଫୋରକ ହେବ । ଭୟାନକ ଭୂତାଣୁ ରୂପକ ଏହି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇରେ ହାତ ବଢ଼ାଇବା ବଦଳରେ ସହରବାସୀଙ୍କ ଏମିତି କାରନାମା ଚିନ୍ତା ବଢ଼ାଇ ଦେଇଛି । ପୁଲିସ୍‌ କମିଶନର ସହରବାସୀଙ୍କୁ ଅନୁରୋଧ କରିଛନ୍ତି, କରୋନା ପ୍ରତିଷେଧକ ନିୟମ ମାନି ଚଳିବା ପାଇଁ । ନିୟମ ଖିଲାପକରୀ ପୁଲିସ୍‌ ହାତରେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜେଲ୍‌ ଯିବାର ସମ୍ଭାବନା ରହିଛି ।

   Related Posts