Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗୋଶାଳାରେ ଚାଲିଛି କୋଭିଡ୍ ସେଣ୍ଟର, ଆକ୍ରାନ୍ତଙ୍କୁ ଦିଆଯାଉଛି ଗୋମୁତ୍ର ଓ ଦୁଗ୍ଧରେ ତିଆରି ଔଷଧ

9/05/2021 at 10:40 AM

ଅହମ୍ମଦାବାଦ,୦୯/୦୫:  ଗୋଶାଳାରେ କୋଭିଡ୍ ସେଣ୍ଟର । ଆକ୍ରାନ୍ତଙ୍କୁ ଦିଆଯାଉଛି ଦୁଗ୍ଧ ଓ ଗୋମୁତ୍ରରୁ ତିଆରି ଔଷଧ । ଗୁଜୁରାଟର ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଏଠାରେ କରୋନାରେ ପୀଡିତ ସେହି ରୋଗୀଙ୍କ ଚିକିତ୍ସା କରାଯାଉଛି, ଯେଉଁମାନଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥାଏ । ଏହି ସେଣ୍ଟରର ନାଁ ଦିଆଯାଇଛି ବେଦାଲକ୍ଷଣ ପଞ୍ଚଗତ୍ୱ ଆୟୁର୍ବେଦ କୋଭିଡ୍ ଆଇସୋଲେସନ ସେଣ୍ଟର । ଏବେ ଏଠାରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

ଏକ ଜାତୀୟ ଇଂରାଜୀ ଖବର କାଗଜ ସହ ଆଲୋଚନା କରି ଗୋଶାଳାର କୋଷଧ୍ୟକ୍ଷ ମୋହନ ଯାଦବ କହିଛନ୍ତି ଯେ, କରୋନା ପଜିଟିଭ୍ ଆସିଥିବା ରୋଗୀଙ୍କୁ ଏଠାକୁ ଅଣାଯାଉଛି । ଏହାକୁ ମେ ୫ ତାରିଖରେ ଆରମ୍ଭ କରାଯାଇଥିଲା । ଦିସା ତାଲୁକା ଗ୍ରାମର ୭ ଆକ୍ରାନ୍ତଙ୍କୁ ଏଠାରେ ଭର୍ତ୍ତି କରାଯାଇଛି । ୮ଟି ଆୟୁର୍ବେଦିକ ଔଷଧରେ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି । ଏହାକୁ କ୍ଷୀର ଓ ଗୋମୁତ୍ରରୁ ପ୍ରସ୍ତୁତ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଯେଉଁ ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି ସେମାନଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ସେମାନେ ଗୋତୀର୍ଥର ଉପଯୋଗ କରୁଛନ୍ତି । ଯାହା ବିଭିନ୍ନ ଚେରମୂଳି ଓ ଗୋମୁତ୍ରରୁ ପ୍ରସ୍ତୁତ ହୋଇଛି । ଏକ ଚବନପ୍ରାସ୍ ମଧ୍ୟ ରହିଛି ଯାହା ଗୋଦୁଗ୍ଧରୁ ପ୍ରସ୍ତୁତ । ଏହା ବ୍ୟତୀତ ଏମବିବିଏସ ଡାକ୍ତରଙ୍କର ମଧ୍ୟ ପରାମର୍ଶ ନିଆଯାଉଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗୁଜୁରାଟରେ ୧୦ ହଜାରରୁ ଅଧିକ କୋଭିଡ୍ ସେଣ୍ଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ବେଡ୍ ରହିଛି ।

   Related Posts