Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ବୃଦ୍ଧି ପରେ ତତ୍ପରତା : ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଜିଲ୍ଲା ଓ ରାଜ୍ୟ IDSP ସେଲ୍ ଜଣାଇବାକୁ ନିର୍ଦ୍ଦେଶ

4/04/2020 at 6:58 PM

ଭୁବନେଶ୍ୱର ୦୪।୦୪ : ରାଜ୍ୟରେ କୋଭିଡ-୧୯ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସରକାର ନେଇଛନ୍ତି ଏକ ଆହୁରୀ କଡା ପଦକ୍ଷେପ । ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟସେବା ସୁବିଧା ଉପରେ ନଜର ରଖି କୋଭିଡି -୧୯ର ଗୋଷ୍ଠୀ ସଂକ୍ରମଣକୁ ରୋକିବା ଜରୁରୀ ହୋଇଥିବାରୁ ଏଥିପାଇଁ ରାଜ୍ୟର ସମସ୍ତ ଚିକିତ୍ସାଳୟ ପାଇଁ ନିୟମ ଧାର୍ଯ୍ୟ କରିଛନ୍ତି ସରକାର । ସରକାରୀ ଓ ଘରୋଇ ଚିକିତ୍ସାଧୀନ ଥିବା ଜ୍ୱର,ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଆଦି ଭଳି ଅସୁସ୍ଥ ରୋଗୀଙ୍କ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଘରୋଇ ଚିକିତ୍ସାଳୟ ବା ସ୍ୱାସ୍ଥ୍ୟପ୍ରତିଶଷ୍ଠାନର ମାଲିକମାନଙ୍କ ପାଇଁ  ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଛି । ସରକାରୀ ଓ ଘରୋଇ ଚିକିତ୍ସାଧୀନ ଜ୍ୱର , ସ୍ୱାଶକଷ୍ଟ ଭୋଗୁଥିବା ରୋଗୀଙ୍କ ବିବରଣୀ ଜିଲ୍ଲା ସମନ୍ୱିତ ରୋଗ ନୀରିକ୍ଷଣ କାର୍ଯ୍ୟକ୍ରମ କକ୍ଷ (ଜିଲ୍ଲା IDSP) ଏବଂ ରାଜ୍ୟ IDSP ସେଲ୍‌କୁ ନିର୍ଦ୍ଦାରିତ ଫର୍ମାଟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୟଦି କୌଣସି ଘରୋଇ ଚିକିତ୍ସାଳୟ ଏଥିରେ ଉଲ୍ଲଂଘନ କରନ୍ତି , ତେବେ କ୍ଲିନିକାଲ୍‌ ଏଷ୍ଟାବ୍ଲିଷମେଣ୍ଟ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ଅଭିଯାନ ମୁଖାପାତ୍ର ସୁବ୍ରତ ବାଗ୍‌ଚୀ ସ୍ପଷ୍ଟ କରିଛନ୍ତି ।

   Related Posts