Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କ୍ଲିନିକରେ ନିଆଁ ଲାଗି ବିସ୍ଫୋରଣ, ୧୦ କୋଭିଡ ଆକ୍ରାନ୍ତ ଜିଅନ୍ତା ଜଳିଗଲେ

9/09/2021 at 11:39 AM

ନୂଆଦିଲ୍ଲୀ, ୦୯।୦୯ :    କ୍ଲିନିକରେ ବିସ୍ଫୋରଣ । ଜୀବନ ହାରିଲେ ୧୦ କରୋନା ଆକ୍ରାନ୍ତ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ମାସିଡୋନିଆରେ । ଏଠାରେ ଏକ କ୍ଲିନିକରେ ବିସ୍ପୋରଣ ଘଟିଛି ।

ପ୍ରଧାନମନ୍ତ୍ରୀ ଜୋରାନ୍ ଜାଏଭ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ତୁରନ୍ତ ଟେଟେଭୋ ଗସ୍ତ କରିଛନ୍ତି । ସେ କହିଛନ୍ତି ଯେ, ଟେଟେଭେ ସହରର ଏକ କ୍ଲିନିକରେ ଯାହା ଘଟିଛି ତାହା ଅଭାବନୀୟ । ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଥିଲା । ନିଆଁ ଲିଭାଯିବା ବେଳକୁ ଅନେକ ପ୍ରାଣ ହରାଇ ସାରିଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ଭନୋ ଫିଲିପ୍ସ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଖବର । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ପ୍ରଥମେ ମଡ୍ୟୁଲାର ୟୁନିଟରେ ନିଆଁ ଲାଗିଥିଲା । ପରେ ଏଥିରେ ବିସ୍ଫୋରଣ ଘଟି ହୁହୁ ହୋଇ କ୍ଲିନିକକୁ ବ୍ୟାପି ଯାଇଥିଲା । ଅଧିକାଂଶ ଆଇସିୟୁରେ ଥିବାରୁ ଆକ୍ରାନ୍ତମାନେ ବାହାରକୁ ବାହାରି ପାରିନଥିଲେ । ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ସୂଚନାଯୋଗ୍ୟ, ଅଘଟଣ ସେତେବେଳେ ଘଟିଛି ଯେତେବେଳେ ମାସିଡୋନିଆ ନିଜର ୩୦ ତମ ସ୍ୱାଧିନତା ଉତ୍ସବ ପାଳନ କରୁଥିଲା । ଏହି କାର୍ଯ୍ୟକ୍ରମରେ ପରେଡ୍ ମଧ୍ୟ ଆୟୋଜିତ ହୋଇଥିଲା ।

ଦେଶରେ ଦିନକୁ ଦିନ ଆକ୍ରାନ୍ତ ବଢିବାରେ ଲାଗିଛନ୍ତି । କିନ୍ତୁ ଟିକାକରଣ ହାର କମ୍ ରହିଛି । ଯାହାକୁ ନେଇ ବିପଦ ଘନେଇବାର ଆଶଙ୍କା ସୃଷ୍ଟି ହୋଇଛି ।

   Related Posts