ଗୁଜୁରାଟର ସାବରମତୀ ନଦୀରୁ ମିଳିଲା କୋଭିଡ-19 ଭୂତାଣୁ, ସମସ୍ତ ନମୁନା ସଂକ୍ରମିତ

Published By : Prameya-News7 Bureau | June 18, 2021 IST

ଅହମଦାବାଦ ୧୮/୬ : ଏପର୍ଯ୍ୟନ୍ତ ଦେଶର ଅନେକ ସହରରେ ସ୍ୱେରେଜ୍ ଲାଇନରେ କରୋନା ଭୂତାଣୁ ଜୀବନ୍ତ ପ୍ରମାଣିତ ହୋଇଛନ୍ତି । କିନ୍ତୁ ପ୍ରାକୃତିକ ଜଳ ଉତ୍ସରେ ମଧ୍ୟ ପ୍ରଥମ ଥର ପାଇଁ କରୋନା ଭାଇରସ ଚିହ୍ନଟ ହୋଇଛି । ଗୁଜୁରାଟର ଅହମ୍ମଦାବାଦର ଲାଇଫ୍ ଲାଇନ୍ କୁହାଯାଉଥିବା ସାବରମତୀ ନଦୀରେ କରୋନା ଭୂତାଣୁ ଦେଖିବାକୁ ମିଳିଛି । ଏଠାରୁ ନିଆଯାଇଥିବା ସମସ୍ତ ନମୁନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ସାବରମତୀ ସହିତ ଅହମ୍ମଦାବାଦ, କାଙ୍କାରିଆ, ଚାନ୍ଦୋଲା ହ୍ରଦର ଅନ୍ୟ ଜଳ ଉତ୍ସରୁ ନିଆଯାଇଥିବା ନମୁନା ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି । କେବଳ ଏତିକି ନୁହେଁ, ଯେତେବେଳେ ରିସର୍ଚ୍ଚରମାନେ ଆସାମର ଗୁଆହାଟି ଅଞ୍ଚଳର ନଦୀଗୁଡ଼ିକୁ ମଧ୍ୟ ଯାଞ୍ଚ କରିଥିଲେ । ସେତେବେଳେ ଭାରୁ ନଦୀରୁ ନିଆଯାଇଥିବା ଏକ ନମୁନା କରୋନା ସେଠାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସମସ୍ତ ନମୁନାରେ ଭୂବାଣୁଙ୍କର ଉପସ୍ଥିତି ବହୁତ ଅଧିକ ବୋଲି ଜଣାଯାଇଛି ।

ଆଇଆଇଟି ଗାନ୍ଧୀ ନଗର ସମେତ ଦେଶର ଆଠଟି ଅନୁଷ୍ଠାନ ମିଳିତ ଭାବେ ଏହି ଅଧ୍ୟୟନ କରିଛନ୍ତି । ଯେଉଁଥିରେ ସ୍କୁଲ ଅଫ୍ ପରିବେଶ ସାଇନ୍ସ, ଜେଏନୟୁ, ନୂଆଦିଲ୍ଲୀ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ଗାନ୍ଧିନଗରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆର୍ଥ ସାଇନ୍ସ ବିଭାଗର ମନୀଷ କୁମାର କହିଛନ୍ତି ଯେ ଗତ ବର୍ଷ ସ୍ୱେରେଜ୍ ରୁ ନମୁନା ନେଇ ଅନୁସନ୍ଧାନ ସମୟରେ କରୋନା ଭୂତାଣୁଙ୍କ ଉପସ୍ଥିତି ଚିହ୍ନଟ ହୋଇଥିଲା ।

ଏହି ଅଧ୍ୟୟନ ପରେ, ପ୍ରାକୃତିକ ଜଳ ଉତ୍ସ ବିଷୟରେ ମଧ୍ୟ ଜାଣିବା ପାଇଁ ପୁନର୍ବାର ଅଧ୍ୟୟନ ଆରମ୍ଭ ହୋଇଥିଲା । ଯେହେତୁ ଅହମ୍ମଦାବାଦରେ ସର୍ବାଧିକ ବର୍ଜ୍ୟ ଜଳ ବିଶୋଧନ କାରଖାନା ଅଛି ଏବଂ ଗୁଆହାଟୀରେ ଗୋଟିଏ ବି ପ୍ଲାଣ୍ଟ ନାହିଁ । ତେଣୁ ଏହି ଦୁଇଟି ସହର ବାଛିବା ପାଇଁ ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.