୨୯ ଶହରୁ ବେଶି ଡାକ୍ତର, ଡାକ୍ତରୀ ଛାତ୍ର-ଛାତ୍ରୀ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୋଭିଡ୍-୧୯ କ୍ରିଟିକାଲ କେୟାର ଟ୍ରେନିଂ: ଲକ୍ଷେ ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ମୌଳିକ ତାଲିମ

Published By : Prameya-News7 Bureau | April 11, 2020 IST

ଭୁବନେଶ୍ବର ୧୧.୦୪ - କରୋନା ମୁକାବିଲା ଲାଗି ରାଜ୍ୟ ସରକାର କୋଭିଡ୍‌-୧୯ ପ୍ରତିରୋଧ ନିମନ୍ତେ ନିୟୋଜିତ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ତାଲିମକୁ ଦୃଢ଼ିଭୂତ କରିଛନ୍ତି । ଏସ୍‌ସିବିର ୪୧୬ ଜଣ  ଏବଂ  ଏମ୍‌କେସିଜିର ୭୨ ଜଣ ଅଧ୍ୟାପକ ତଥା କର୍ମଚାରୀଙ୍କୁ କୋଭିଡ୍‌-୧୯ କ୍ରିଟିକାଲ୍‌ କେୟାର ତାଲିମ ଦିଆଯାଇଥିବାବେଳେ ଆୟୁଷ ନିର୍ଦ୍ଦେଶାଳୟର ପ୍ରାୟ ୧୬୦୦ ସ୍ବାସ୍ଥ୍ୟାଧିକାରୀ ଓ କର୍ମଚାରୀ ଏହି ତାଲିମ ନେଇଛନ୍ତି । ରାଜ୍ୟର ୪ଟି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟାପକ ତଥା ତୃତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ ୯୦୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଅନୁରୂପ ଭାବରେ ଅପ୍ରେଲ ୧୦ ତାରିଖ ସୁଦ୍ଧା ୧,୧୭,୨୭୯ ଜଣ ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ କୋଭିଡ୍‌-୧୯ ସଂପର୍କିତ ମୌଳିକ ତାଲିମ ପ୍ରଦାନ କରାଯାଇଛି । କୋଭିଡ୍‌ ହସ୍‌ପିଟାଲ୍‌ଗୁଡ଼ିକରେ କାର୍ଯ୍ୟରତ ଚିକିତ୍ସାଧିକାରୀ ଏବଂ ନର୍ସମାନଙ୍କ ପାଇଁ  ମଧ୍ୟ ସ୍ବତନ୍ତ୍ର ଜୁମ୍‌ ଟ୍ରେନିଂ ପ୍ରଦାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.