କୌନ ବନେଗା କରୋଡ ପତି ସୋ ନାଁରେ ଠକେଇ, ଯୁବକଙ୍କ ୩ ଲକ୍ଷ ଟଙ୍କା ଚଳୁ

Published By : Prameya-News7 Bureau | September 22, 2019 IST

ଜୟପୁର ୨୨।୦୯-  -ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ପପୁଲାର ଟିଭି ସେ କୌନ ଵନେଗା କରୋଡପତି ନାଁରେ ମହା ଠକେଇ। ଆଉ ଏହି ସୋ ର  ୨୫ ଲକ୍ଷ ଟଙ୍କା ଲୋଭରେ ପଡି ୩ ଲକ୍ଷରୁ ଅଧିକ ଟଙ୍କା ହରାଇଲେ ଯୁବକ।ଏହି ଯୁଵକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଳ୍ଲା ଦାମନଯୋଡି ନିକଟସ୍ଥ ମାଳିଗୁଡାର ଭୀମସେନ ଗୌଡ।ଭୀମସେନଙ୍କ ନିକଟକୁ ୨୫ ଦିନ ତଳେ ମୁମ୍ବାଇରୁ ରାଣା ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ କେଵିସିର କର୍ମଚାରୀ ପରିଚୟ ଦେଇ ହ୍ୱାଟ୍ସଆପରେ କଲ୍ କରିଥିଲେ।ଆଉ କମ୍ପାନୀ ତରଫରୁ ଭୀମସେନ ୨୫ ଲକ୍ଷ ଟଙ୍କା ଲଟେରୀରି ଜିତିଥିଵା କହିଥିଲେ।

{"id":161154}

ଏପରିକି ତାଙ୍କଠାରୁ   ହ୍ୱାଟ୍ସଆପରେ ତାଙ୍କ ଫଟୋ ଓ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନେଇ ଷ୍ଟେଟ ବ୍ୟାଙ୍କ ନାଁରେ  ନକଲି ଦସ୍ତାବିଜ ବି ପ୍ରସ୍ତୁତ କରିଥିଲେ। କେଵଳ ଏତିକିରେ କଥା ସରିନଥିଲା।ଏ ହା ପରେ ଭୀମସେନଙ୍କ ଆଟାଉଣ୍ଟକୁ ଗତ ମାସ ୩୧ ତାରିଖରେ ୨୫ ଲକ୍ଷ ଟଙ୍କା ଏସ୍.ବି.ଆଇରୁ ଟ୍ରାନ୍ସଫର୍  ହୋଇଥିଵା ଦର୍ଶାଇ କିଛି ଦସ୍ତାବିଜ ପଠାଇବା ସହ ଏଥିପାଇଁ ଟ୍ୟାକ୍ସ ଵାଵଦକୁ ଗୋଟିଏ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ପ୍ରଥମେ ୧୨ ହଜାର ଟଙ୍କା ଓ ପରେ ୮୦ ହଜାର ଟଙ୍କା ଡିପୋଜିଟ କରିଵାକୁ କହିଥିଲା ରାଣା ପ୍ରତାପ ସିଂ। ଏଥିରେ ବିଶ୍ୱାସ କରି ଭୀମସେନ ସମସ୍ତ ଟଙ୍କା ଡିପୋଜିଟ କରିଥିଲେ । ହେଲେ ୨୫ ଲକ୍ଷ ଟଙ୍କା ଆସିବ କଣ ଓଲଟା ରାଣା ଵିଭିନ୍ନ ଟାକ୍ସ ଵାହାନାରେ ପର୍ଯ୍ୟାୟକ୍ରମେ ଭୀମସେନଠାରୁ ଟଙ୍କା ଦାବି କରିଥିଲା। ଆଉ ରାଣାର କଥାରେ ପଡି ଭୀମସେନ , ରାଣା ଓ ତାହାର ସହଯୋଗୀଙ୍କୁ ପାଖାପାଖି ୨୦ ଟି ଆକାଉଣ୍ଟରେ ୩ ଲକ୍ଷ ୧୫ ହଜାର ଟଙ୍କା ଡିପୋଜିଟ କରିଥିଲା। ଏଵେ ଵି ରାଣା ଓ୍ବାର୍ଟ୍ସଅପରେ କଲ କରି ୭୦ ହଜାର ଟଙ୍କା ଡିପୋଜିଟ କରିଵାକୁ କହୁଥିବା ବେଳେ ଭୀମସେନ ଠକାମୀର ଶିକାର ହୋଇଥିବା ଅନୁଭଵ କଲେ। ପୋଲିସ କିମ୍ବା ଆଉ କାହାକୁ ଏ ସଂପର୍କରେ କହିଲେ ଟଙ୍କା ମିଳିବ ନାହିଁ ବୋଲି ରାଣା କହିଥିବାରୁ ଭୀମସେନ ଏ ସଂପର୍କରେ କାହାକୁ ଜଣାଇ ନଥିଲେ। ଭୀମସେନ ନିଜ ସୁନା ବିକ୍ରି କରିଵା ସହ ସାଙ୍ଗ ସାଥିଙ୍କ ଠାରୁ ଋଣ ସୁତ୍ରରେ ଟଙ୍କା ଆଣି ଏହି ଟଙ୍କା ଡିପୋଜିଟ କରିଥିବା ଵେଳେ କିପରି ନିଜ ଟଙ୍କା ଫେରି ପାଇବେ ସେହି ଚିନ୍ତା ଘାରିଛି। ହଲେ ଠକାମୀର ଶିକାର ହେବା କଥା ଜାଣିବା ବେଳେ ତାଙ୍କ ଠାରୁ ଠକମାନେ ବିଭିନ୍ନ ଆକାଉଣ୍ଟରେ ୩ ଲକ୍ଷ ଟଙ୍କାରୁ ଅଧିକ ଚଳୁ କରି ସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.