ଆରମ୍ଭ ହେଲା କେବିସି ସୁଟିଂ, ଶୋ’ରେ ଉପସ୍ଥିତି ରହିବେ ନାହିଁ ଦର୍ଶକ
9/09/2020 at 3:22 PM

ମୁମ୍ବାଇ ୦୯/୦୯: ଆରମ୍ଭ ହୋଇଛି କୌନ ବନେଗା କରୋଡ ପତି ସିଜନ୍ ୧୨ର ସୁଟିଂ। ଶୋ’ର ଲୋକପ୍ରିୟ ସଞ୍ଚାଳକ ଅମିତଭା ବଚ୍ଚନ ଆରମ୍ଭ କରିଛନ୍ତି ସୁଟିଂ। ଏଥର କିନ୍ତୁ ଶୋ’ ପୂର୍ବ ସିଜନ୍ ତୁଳନାରେ ରହିବ ଏକଦମ୍ ନିଆରା। କାରଣ ଶୋ’ରେ ଏଥର ଶୁଣିବାକୁ ମିଳିବ ନାହିଁ ଦର୍ଶକଙ୍କ ତାଳି। ଅର୍ଥାତ୍ ଶୋ’ରେ ଉପସ୍ଥିତ ରହିବେ ନାହିଁ ଲାଇଭ୍ ଦର୍ଶକ। କରୋନା ମହାମାରୀ ଯୋଗୁ ଏଭଳି ନିଷ୍ପତି ନିଆଯାଇଛି। ଗତ ସୋମବାର ଦିନ ମୁମ୍ବାଇରେ ଅମିତାଭ ସୁଟିଂ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ବିଗ୍ ବି ସୁଟିଂର କିଛି ଫଟୋ ଟ୍ବିଟ୍ କରି ଲେଖିଛନ୍ତି, ‘କେବିସିର ୧୨ତମ ପର୍ବ: କୌନ ବନେଗା କରୋଡପତି ଆରମ୍ଭ!’
ନୂଆ ଗାଇଡଲାଇନ୍ସ ଅନୁସାରେ ଶୋ’ରେ ଲାଇଭ୍ ଦର୍ଶକ ରହିବେ ନାହିଁ। ଏହା ବାଦ୍ ସେଟରେ କାମ କରୁଥିବା ସଦସ୍ୟଙ୍କ ସଂଖ୍ୟା ମଧ୍ୟ କମ୍ କରାଯାଇଛି। କିଛି ଦିନ ତଳେ ଅମିତାଭ କେବିସି ସେଟ୍ର ଗୋଟିଏ ଫଟୋ ସେୟାର କରିଥିଲେ ଯେଉଁଥିରେ କ୍ରୁ ସଦସ୍ୟ ପିପିଇ କିଟ୍ ପିନ୍ଧିଥିବା ନଜର ଆସିଥିଲେ। କେବିସିର ଏହା ହେଉଛି ୧୨ତମ ସିଜିନ୍। ଏଥରର ଟ୍ୟାଗ୍ ଲାଇନ୍ ରହିଛି- ଜୋ ଭି ହୋ, ସେଟ୍ବ୍ୟାକ୍ କା ଜବାବ କମ୍ବ୍ୟାକ ସେ ଦୋ।
ଶୋ’ରେ ଦର୍ଶକ ନ ଥିବାରୁ ଫର୍ମାଟରେ କିଛି ପରିବର୍ତନ କରିବା ଦରକାର ପଡ଼ିପାରେ। ବିଶେଷକରି ଅଡିଏନ୍ସ ପୋଲ ଲାଇଫଲାଇନରେ। ତେବେ ଶୋ’ର ନୂଆ ଫର୍ମାଟକୁ ନେଇ ଏଯାଏଁ କିଛି ତଥ୍ୟ ମିଳିପାରି ନାହିଁ। ଏହା ବାଦ୍ ଅନ୍ୟ କିଛି ରିୟଲିଟି ଶୋ’ ଦର୍ଶକ ବିନା ଚାଲୁଛି। ଏପରିକି କପିଲ ଶର୍ମା ତାଙ୍କ କମେଡି ଶୋ’ରେ ଭିଡିଓ କନଫରେନ୍ସିଂ ଜରିଆରେ ଦର୍ଙ୍କଶକ ସହ ଯୋଡି ହେଉଛନ୍ତି।