ଲାଞ୍ଚ ନେଇ ଧରାପଡିଲେ କୋଟପାଡ ଥାନାର ଏଏସଆଇ

Published By : Prameya-News7 Bureau | November 29, 2019 IST

ଜୟପୁର ୨୯।୧୧: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିବା କୋଟପାଡ ଥାନାର ଏଏସଆଇ ଶରତ କୁମାର ସାହୁଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଗତକାଲି ସନ୍ଧ୍ୟାରେ କୋଟପାଡର ବେଲମା ସାହିର ପ୍ରଶାନ୍ତ ବିଶ୍ବାଳଙ୍କଠାରୁ ୭ହଜାର ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

{"id":191569,"sizeSlug":"large"}

ଅଭିଯୋଗକାରୀଙ୍କ ଗୋଟିଏ ଜମି ସଂକ୍ରାନ୍ତୀୟ ମାମଲ ଥିବା  ବେଳେ ପୋଲିସ ଉପସ୍ଥିତିରେ ଏହାର  ଡିମାରକେସନ ହେବାର ଥିଲା । ଆଉ ଏଥିପାଇଁ କୋଟପାଡ ତହସିଲଦାରଙ୍କୁ ସୁପାରିଶ କରିବା ପାଇଁ ଏହି ଅର୍ଥ ସେ ଅଭିଯୋଗକାରୀଙ୍କଠାରୁ ଦାବି କରିଥିଲେ। ଭିଜିଲାନ୍ସ ତାଙ୍କ କାର୍ଯ୍ୟାଳୟକୁ ଖାନ ତଲାସି କରିବା ସହ ୩ଲକ୍ଷ ୩୪ହଜାର ୯ଶହ ଟଙ୍କା ଜବତ କରିଛି । ଏହାସହ ତାଙ୍କର ଦାମନଯୋଡି ଓ କେନ୍ଦ୍ରାପଡାରେ ଥିବା ଘର ମଧ୍ୟ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.