Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କୋଟିଆର ୨୧ ଗାଁରେ ସୀମା ଅନୁଧ୍ୟାନ କଲେ ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା, ବୁଝିଲେ ସମସ୍ୟା

5/10/2021 at 8:09 AM

କୋରାପୁଟ, ୦୫|୧୦:   କୋଟିଆର ୨୧ଟି ଗାଁରେ ପହଞ୍ଚି ସୀମା ଅନୁଧ୍ୟାନ କରିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା। କୁରୁଡ଼ିପଦର, ଗଞ୍ଜେଇପଦର, କୋଟିଆ, ସେମ୍ବି, ଧୂଳି ପଦର ଓ ନାରେଡ ବାଲସାରେ ପହଞ୍ଚି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି ।

ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉତ୍କଳ ପୂର୍ଣ୍ଣାଙ୍ଗ ପୂର୍ଣ୍ଣନ୍ୟାସ ମଣ୍ଡଳୀର ଅଧ୍ୟକ୍ଷ ସୀତା ବହ୍ଲଭ ମହାପାତ୍ର, ଜନଅଧିକାର ସାମୁଖ୍ୟର ସଭାପତି ବିଜୟ ପରିଡ଼ା,ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ସଭାପତି ମୂରଲୀଧର ବାହୁ, ଯୁବ ସାମ୍ବାଦିକ ଚୀରଞ୍ଜୀବ ସେଠୀ, ଆମ କୋଟିଆ ସଂଗଠନ ଆବାହକ ଗଦାଧର ପରିଡ଼ା ପ୍ରମୁଖ କୋଟିଆ ଯାିଥିଲେ ।

ସେଠାରେ ଓଡ଼ିଆ ନାମଫଳକ ପୋତିଛନ୍ତି। ଆନ୍ଧ୍ର ସରକାର ବ୍ୟକ୍ତିଗତ ଭାବେ କୋଟିଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନା କରି ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ଏଣୁ କୋଟିଆ ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି । ତେଣୁ ଓଡ଼ିଶା ସରକାର କୋଟିଆ ସମେତ ଅବିଭକ୍ତ କୋରାପୁଟର ସୀମାନ୍ତ ଅଞ୍ଚଳ ଲୋକଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା କରିବା ଆବଶ୍ୟକତା ଥିବା ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା ଦାବି କରିଛନ୍ତି ।

   Related Posts