Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କୋଟିଆରେ ଆନ୍ଧ୍ର ନିର୍ବାଚନ: ୧୪୪ ଧାରା ସତ୍ତ୍ୱେ ପୋଲିସ-ଗ୍ରାମବାସୀ ଧସ୍ତାଧସ୍ତି

8/04/2021 at 9:04 AM

ଜୟପୁର ୮/୪: ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନ । ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଲାଗୁ କରିଛି ୧୪୪ ଧାରା । କୋଟିଆ ଗ୍ରାମପୁଞ୍ଜର ୨୨ ଗାଁରେ ଧାରା ୧୪୪ ଲାଗୁ କରିଛି ପ୍ରଶାସନ । ତେବେ ୧୪୪ ଧାରା ସତ୍ତ୍ୱେ ଆନ୍ଧ୍ରର ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟିଂରେ ଭାଗ ନେଇଛନ୍ତି କୋଟିଆ ବାସିନ୍ଦା । ଆନ୍ଧ୍ର ପଟେ ଭୋଟ ଦେବାକୁ ଯାଉଥିବା ବେଳେ ନେରେଡିବାଲସା ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।

ପୋଲିସ ଓ ଗ୍ରାମବାସୀ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତା, କଥା କଟାକଟି ହୋଇଛି । ଧାରା ୧୪୪ ଉଲ୍ଲଂଘନ ସତ୍ତ୍ୱେ ନୀରବଦ୍ରଷ୍ଟା ସାଜିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ । ସେପଟେ ନିର୍ବାଚନ ସଫଳ କରିବାକୁ ଆନ୍ଧ୍ରର ନିର୍ବାଚନ ଅଧିକାରୀ ଓ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି । ନିର୍ବାଚନକୁ ପ୍ରତିହତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । ୨୨ଗାଁ ପାଇଁ ୨୨ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ୨୨ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।  

   Related Posts