କୋଟିଆକୁ ନେଇ ଆନ୍ଧ୍ର ଓଡ଼ିଶା ମୁହାଁ ମୁହିଁ - ଅଧାରେ ଅଟକିଛି କୋଟିଆର ବିକାଶ

Published By : Prameya-News7 Bureau | January 27, 2020 IST

ଜୟପୁର ୨୭।୦୧ - ଅଧାରେ ଅଟକିଛି କୋଟିଆର ବିକାଶ । ଓଡିଶା ସୀମାନ୍ତ ଏହି ପଂଚାୟତର ୨୧ଟି ଗାଁ ଓ ୭ ଟି ହାମଲେଟକୁ ନେଇ ଓଡିଶା ଓ ଆନ୍ଧ୍ର ମୁହାଁମୁହିଁ । ଏସବୁ ଅଞ୍ଚଳକୁ ନିଜ ପକ୍ଷକୁ କରିବାକୁ ଆନ୍ଧ୍ରର ପ୍ରୟାସ ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା । କୋଟିଆର ବିକାଶ ପାଇଁ ଦେଢ ଶହ କୋଟି ଟଙ୍କା ଘୋଷଣା କରିଥିଲେ କରିଥିଲେ ରାଜ୍ୟ ସରକାର । କିନ୍ତୁ କାମ ମନ୍ଥର ଗତିରେ ଚାଲିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଂଚଳବାସୀ ।

{"id":216838,"sizeSlug":"large"}

କାହାର ହେବ କୋଟିଆ । ଆନ୍ଧ୍ରର ନା ଓଡିଶାର । ମାମଲା କୋର୍ଟର ବିଚାରାଧୀନ। ଆଉ ଏହାରି ମଧ୍ୟରେ ବିକାଶ ମୂଳକ କାମ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ ନିଜ ପକ୍ଷକୁ ଆଣିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି ଆନ୍ଧ୍ର ସରକାର । ଆଉ ଏହାକୁ କାଉଣ୍ଟର କରିବାକୁ ଯାଇ ରାଜ୍ୟ ସରକାର କୋଟିଆ ପାଇଁ ଦେଢ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

{"id":216839,"sizeSlug":"large"}

କୋଟିଆରେ ଡାକ୍ତରଖାନା ଠାରୁ ଆରମ୍ଭ କରି ପୋଲିସ ଥାନା,ମୋବାଇଲ ସେବା,ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ,ବଜାର ପାଇଁ ପିଣ୍ଡି ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଆଉ ଏହି ଅନୁସାରେ କାମ ଆରମ୍ଭ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଛି ।ତେଣୁ ଏବେ ବି ଭତ୍ତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ପାଇଁ ସୀମାନ୍ତ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି କୋଟିଆ ବାସୀ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଲୋକ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଛନ୍ତି ।

{"id":216840,"sizeSlug":"large"}

ବିବାଦୀୟ କୋଟିଆ ପଂଚାୟତରେ ୨୧ଟି ଗାଁ ଓ ୭ଟି ହାମଲେଟ ରହିଛି । ଆଉ ଏଥି ମଧ୍ୟରୁ ନେରେଡିବାଲସା,ତଳଗଂଜେଇ ପଦର,ଫଗୁଣସିନେରୀ,ପାଟୁସିନେରୀ ଓ ଆରଜୁବାଲସା ପରି ୭ଟି ଗାଁ ଏକ ପ୍ରକାର ଆନ୍ଧ୍ର ଦଖଲରେ । ଏସବୁ ଗ୍ରାମବାସୀଙ୍କୁ ସମସ୍ତ ସୁବିଧା ଯେ।ଗାଇଛନ୍ତି ଆନ୍ଧ୍ର ସରକାର ।

{"id":216841,"sizeSlug":"large"}

ଏପଟେ ସମସ୍ତ ଗାଁକୁ ରାସ୍ତା ସଂଯୋଗ ପାଇଁ କାମ ଚାଲିଥିଲେ ବି ରାସ୍ତା ସଂପୂର୍ଣ୍ଣ ନହେବାରୁ ଏହାର ସୁଫଳ ପାଉନାହାନ୍ତି ଲେ।କ । ଡାକ୍ତରଖାନା ଠାରୁ ଆରମ୍ଭ କରି ସ୍କୁଲ, ଥାନା କେବଳ କୋଟିଆରେ ନିର୍ମାଣ ଚାଲିଛି । ତେଣୁ କୋଟିଆକୁ ନିଜ ପକ୍ଷକୁ ଆଣିବାକୁ ହେଲେ ଆନ୍ଧ୍ର ଠାରୁ ଅଧିକ ସୁବିଧା ଯୋଗାଇବାକୁ ପଡିବ । ସେପଟେ ଏ ସମସ୍ତ ଗାଁକୁ ଯାଇ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲେ ଜିଲ୍ଲାପାଳ । ଆଉ ରାସ୍ତାଠାରୁ ଆରମ୍ଭ କରି ସମସ୍ତ କାମ ଶୀଘ୍ର ସରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସେ ।

କୋଟିଆବାସୀଙ୍କ ମନ ଜିଣି ନିଜ ପକ୍ଷକୁ ଆଣିବାକୁ ହେଲେ ସ୍ଥାନୀୟ ଅଂଚଳର ବିକାଶ ହିଁ ଏକ ମାତ୍ର ମାଧ୍ୟମ। ତେଣୁ ଯୋଯନାକୁ କେବଳ କାଗଜ କଲମରେ ସୀମିତ ନରଖି ଏହାକୁ ଯୁଦ୍ଧ କାଳିନ ଭିତ୍ତିରେ ସାରିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.