କୋଟିଆ ବିବାଦ: କୋଟିଆକୁ ନିଜର ବୋଲି ଦର୍ଶାଉଛି ଆନ୍ଧ୍ର ଗଣମାଧ୍ୟମ, ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ

Published By : Prameya-News7 Bureau | November 12, 2020 IST

ଜୟପୁର ୧୨/୧୧ : ଦିନକୁ ଦିନ ଜଟିଳ ହେଉଛି କୋଟିଆ ବିବାଦ । ଓଡ଼ିଶା ମାନଚିତ୍ରରେ ଥିବା ବହୁ ଚର୍ଚ୍ଚିତ କୋଟିଆ ଅଞ୍ଚଳ କୋରାପୁଟ୍ ଜିଲ୍ଲା ପଟ୍ଟାଙ୍ଗି ବିଧାନସଭା ଆସନ ଅଧିନରେ ରହିଛି । ଏହା ଓଡ଼ିଶାର ହୋଇଥିବା ବେଳେ ଆନ୍ଧ୍ରର ଏହା ଉପରେ ପକାଇଛି ଲୋଲୁପ ଦୃଷ୍ଟି, ଯାହାକୁ ନେଇ ଗତ ୫ ଦଶନ୍ଧି ଧରି ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । ସୀମାନ୍ତରେ ଥିବା ଏହି ଅଂଚଳ ଓଡ଼ିଶାର ବୋଲି ଦାବି କରୁଥିବା ବେଳେ, ସେପଟେ ଆନ୍ଧ୍ର ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଉଛି। ଏପଟେ ଆନ୍ଧ୍ରପ୍ରଦେଶ ସୀମାରେ ଆଉ ଏକ ରାସ୍ତାକୁ ପଥର ପକାଇ ଜବର ଦସ୍ତି ବନ୍ଦ କରିଛି ଆନ୍ଧ୍ରସରକାର…।

{"id":360716,"sizeSlug":"large"}


ସବୁ ସୀମା ଟପିଲା ଆନ୍ଧ୍ରର ଦାଦାଗିରି। ଓଡିଶାର ଗୋଟିଏ ପରେ ଗୋଟିଏ ଗାଁ କୁ ନିଜ ସୀମାରେ ମିଶାଇ ଆନ୍ଧ୍ର ନିଜର ବୋଲି ଦାବି କରିଚାଲିଛି । କେତେବେଳ କୋଟିଆ ତ ଆଉ କେତେବେଳ ନାରାୟଣ ପଟଣା। ଆଉ ଏବେ ପଟାଙ୍ଗୀର ସମ୍ବାଇ ଉପରେ ପଡିଛି ଆନ୍ଧ୍ରର ଲୋଲୁପ ଦୃଷ୍ଟି। ପଟଙ୍ଗୀ ବ୍ଲକ ସମ୍ବାଇ ପାଖେରେ ୫ ମିଟର ଓଡିଶା ଭତରକୁ ପସିଆସି ଫଳକ ମାରିଛି ଆନ୍ଧ୍ର ସରକାର। ଖବର ପାଇ କୋରାପୁଟ ଉପଜିଲ୍ଲାପାଳ , ସ୍ଥାନୀୟ ବିଧାୟକ ଓ ସୁନାବେଡା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଧ୍ର ଫଳକ ହଟାଇ ଓଡିଶା ଫଳକ ମାରିଛନ୍ତି। ହେଲେ ମାତ୍ର କେଇ ଘଣ୍ଟା ପରେ ସୀମାନ୍ତ ଆନ୍ଧ୍ର ବାସିନ୍ଦା ଓଡିଶା ଫଳକୁ ହଟାଇ ଦେଇ ଆନ୍ଧ୍ର ଓଡିଶା ରାସ୍ତାକୁ ପଥର ବାଡ ଦେଇ ସିଲ କରି ଦେଇଛନ୍ତି। ଏହାକୁ ନେଇ ପଟଙ୍ଗୀ ଥାନାରେ ମାମଲା ରୁଜୁ ହୋଇଛି।

{"id":360717,"sizeSlug":"large"}


ଗ୍ରାଉଣ୍ତରେ ଆନ୍ଧ୍ର ଦାଦାଗିରି ସବୁ ସୀମା ସରହଦ ଟପି ଥିବାବେଳେ ଆନ୍ଧ୍ରର କିଛି ଘରୋଇ ଚ୍ୟାନେଲ ଓଡିଶା ବିରୋଧୀ ପ୍ରୋପାଗଣ୍ତା ଚଳାଇରଖିଛନ୍ତି। ଆନ୍ଧ୍ର ଭିତରକୁ ଓଡିଶା ପଶିଆସି ଦାଦାଗିରି ଚଳାଇଛି ବୋଲି ଓଲଟା ଅପପ୍ରଚାର ଚଳାଇଛନ୍ତି। କିନ୍ତୁ ଗ୍ରାଉଣ୍ତ ରି୍ରଲିଟି ଭିନ୍ନ ସ୍ଥିତି ବୟାନ କରୁଛି। କିଛି ଦିନ ପୂର୍ବରୁ ନାରାୟଣ ପଟଣାର ଲଙ୍ଗଳ ବେଡା ପଞ୍ଚାୟତ ଭିତରକୁ ପଶିଆସି ବିଜୟ ନଗରମ ପ୍ରଶାସନ ଖୁଣ୍ଟି ପୋତିବା ସହ ଜମି ପଟ୍ଟା ବାଣ୍ଟି ଥିଲେ । ଏନେଇ ଓଡିଶା ପକ୍ଷରୁ ପ୍ରତିବାଦ କରାଯାଇଥିଲା। କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ ଟି ହାମଲେଟକୁ ନେଇ ଓଡିଶା ଆନ୍ଧ୍ର ଭିତରେ ବିବାଦ ସୁପ୍ରିମକୋଟର ବିଚାରଧୀନ ।

{"id":360719,"sizeSlug":"large"}

ସେପଟେ କୋଟିଆ ଅଞ୍ଚଳରେ ଓଡିଶା ସରକାରଙ୍କ ପକ୍ଷରୁ ସ୍କୁଲ ଡକ୍ତରଖାନା ଆଦି ଭିତ୍ତିଭୂମି ନିର୍ମାଣ ଆନ୍ଧ୍ରର ହଜମ ହେଉନି । ଓଲଟା ସ୍ଥାନୀୟ ଗଣ ମାଧ୍ୟମକୁ ଲାଗାଇ ଓଡିଶା ବିରୋଧରେ ଅପପ୍ରଚାର ଜାରି ରଖିଛି ଆନ୍ଧ୍ର। ସମାଜବାଦୀ ପାର୍ଟି ଓଡିଶା ଶଖା ବାଚସ୍ପତିକୁ ଚିଠି ଲେଖିଛି। ଓଡିଶାର ସୀମାବର୍ତ୍ତୀ ଅଞ୍ଚଳକୁ ବିଧାନସଭା ଗୃହ କମିଟି ବିବାଦୀୟ ଅଞ୍ଚଳ ଗସ୍ତ କରି ସୀମା ବିବାଦ ସମାଧାନ କରିବାକୁ ଦାବି କରିଛନ୍ତି।

{"id":360718,"sizeSlug":"large"}


ଓଡିଶା ସାମାରେ ଥିବା ବୋରାକେଭକୁ କବଜା କରି କୋର୍ଟରେ ନିଜ ପକ୍ଷକୁ ରାୟ ନେଇ ଛଡାଇନେଇଛି ଆନ୍ଧ୍ର । ଓଡିଶା ପ୍ରଶାସନର ଅବହେଳା ପାଇଁ ଏଭଳି ଫଇଦା ନେଇଛି ଆନ୍ଧ୍ର। ଏବେ ସେହି ଫର୍ମୁଲାରେ ଆନ୍ଧ୍ର। ନାରାୟଣ ପଟଣା, ପଟାଙ୍ଗୀ, କୋଟିଆର ବିଭିନ୍ନ ଅଞ୍ଚଳ ନିଜ କବଜାକୁ ନେଇ ଆନ୍ଧ୍ରରେ ମିଶାଇବାକୁ ମେଗା ପ୍ଲାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.