କୋଟିଆ କାହାର ! କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

Published By : Prameya-News7 Bureau | July 03, 2018 IST

ପୁଣି ଓଡିଶାକୁ ଚକମା ଦେଲା ଆନ୍ଧ୍ର ପ୍ରଶାସନ।ଆନ୍ଧ୍ର ଅଧିକାରୀଙ୍କ ଟେର ପାଇପାରୁନି, କୋରାପୁଟ ଜିଲ୍ଲା ପ୍ରଶାସନ।ବିବାଦୀୟ ଗ୍ରାମର ଲୋକଙ୍କୁ ନିଜ ପକ୍ଷ କୁ ନେବା ଓ ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି ଆନ୍ଧ୍ର। କୋଟିଆକୁ ନେଇ ରାଜ୍ୟ ପ୍ରଶାସନ ବେଶ ସଚେତନ । ବିବାଦୀୟ କୋଟିଆ ଅଂଚଳର ଲୋକଙ୍କୁ ନିଜ ସପକ୍ଷରେ ରଖିବା ନେଇ ଉଦ୍ୟମ ଜାରି ରଖିଛନ୍ତି । ଅଂଚଳର ଦୀର୍ଘଦିନର ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆନ୍ଧ୍ର ଅଧିକାରୀଙ୍କ କୋଟିଆ ଗସ୍ତ ଓ ଗଞ୍ଜାଇପଦର ଗ୍ରାମରେ ସଭାକରି ଭତ୍ତା ଓ ସୋଲାର ଲାଇଟ,କମ୍ବଳ ବାଣ୍ଟିବା ଘଟଣା କୁ ସହଜରେ ଗ୍ରହଣ ନ କରି କୋଟିଆ ଲୋକଙ୍କୁ ଆନ୍ଧ୍ର ମୁହାଁ ରୁ ରୋକିବାକୁ ପ୍ରୟାସ ଜରିକରିବା ସହ ସରକାରଙ୍କ ଏକ ଉଚ୍ଚସ୍ତରୀଇ କମିଟି ମଧ୍ୟ ସ୍ଥିତି ପରଖି ୧୫୦ କୋଟି ରୁ ଉର୍ଦ୍ଧ ଟଙ୍କା ର ଯୋଜନା କରିଛନ୍ତି ହେଲେ ବାସ୍ତବ ସ୍ଥିତି ଦେଖିଲେ ଯୋଜନାକୁ ଏକ ଢୋଲପିଟା ଯୋଜନା ବୋଲି ଜଣାପଡୁଛି। କୋଟିଆ ପଞ୍ଚୟତର ୨୧ ଟି ଗ୍ରାମ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦୀୟ ଗାଁ ଭାବେ ୧୯୬୧ ମସିହାରୁ ରହିଆସଚି । ହେଲେ ସୀମାନ୍ତରେ ଅବସ୍ତିତ କୋରପୁଟ ଜିଲ୍ଲାର କିଛି ଗ୍ରାମ କୁ ନିଜ ଅକ୍ତିଆର କୁ ନେବା ପାଇଁ ଆନ୍ଧ୍ର ସରକାର ଏବେ ଜୋଶରେ ଲାଗିପଡିଛି। କୋଟିଆ ପଞ୍ଚୟତର ୪ ଟି ଗ୍ରାମରେ ରାସ୍ତା ନିର୍ମାଣ ଭଳି ବଡ ଧରଣର ନିର୍ମାଣ କାର୍ଯ୍ୟ କରିବା ଘଟଣା ଜିଲ୍ଲା ପ୍ରଶାସନ ନିକଟରେ ସୂଚନା ନଥିବା ପ୍ରଶାସନ ର ଦକ୍ଷତ ଓ ପାରଦର୍ଶିତା ଓ ଗୋଇନ୍ଦା ର ବିଫଳତାକୁ ନେଇ ଉଠିଛି ପ୍ରଶ୍ନ ବାଚି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.