ବ୍ରହ୍ମପୁରରେ ଭୁଶୁଡିଲା ଶତାୟୁ କୋଠା, ବହୁ ବିରଳ ପୁସ୍ତକ ନଷ୍ଟ

Published By : Prameya-News7 Bureau | September 13, 2021 IST

ବ୍ରହ୍ମପୁର, ୧୩।୦୯ : ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ବର୍ଷା ରେକର୍ଡ ଭାଙ୍ଗିଛି । ୧୨ ଜିଲ୍ଲାରେ ସ୍କୁଲଗୁଡିକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଏହାମଧ୍ୟରେ ବ୍ରହ୍ମପୁର ସହରରେ ଏକ କୋଠା ଭୁଶୁଡି ଯାଇଥିବା ଖବର ମିଳିଛି ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ହୋଇ ପଡିଛି । ସହରରେ ଥିବା ୧୦୯ ବର୍ଷର ପୁରୁଣା ଐତିହାସିକ ଆନ୍ଧ୍ର ମହିଳା ସମାଜ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି ।ଶନିବାର ବିଳମ୍ବିତ ରାତିରେ କୋଠାଟି ଭୁଶୁଡି ଯାଇଥିଲା ।କୋଠାର ଲାଇବ୍ରେରୀରେ ଅନେକ ବହି ରହିଥିଲା ।

{"id":510604,"sizeSlug":"full","linkDestination":"none"}

ଅଘଟଣରେ କେହି ଆହତ ହୋଇନଥିବା ବେଳେ ବହି ଗୁଡିକ ନଷ୍ଟ ହୋଇଯାଇଛି । ପାଠାଗାରରେ ଅନେକ ବିରଳ ପୁସ୍ତକ ସବୁ ରହିଥିବା । ଯାହା ସ୍ୱାଧିନତା ସଂଗ୍ରାମଠୁ ଆରମ୍ଭ କରି ଅନେକ ଘଟଣାର ମୁକସାକ୍ଷୀ ଥିଲା । ସୂଚନାଯୋଗ୍ୟ, କୋଠାଟି ୧୯୧୨ ମସିହାରେ ସ୍ଥାପିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.