ବୈଜ୍ଞାନିକ ମୂର୍ତ୍ତଜା ଅଲ୍ଲୀଙ୍କୁ ସଲାମ, ପୁଲୱାମା ଶହୀଦଙ୍କ ପରିବାରକୁ ଦେବେ ୧୧୦ କୋଟି ଟଙ୍କା ସହାୟତା

Published By : Prameya-News7 Bureau | March 04, 2019 IST

ଜୟପୁର ୪|୩: ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପାଇଁ ଅନେକ ସହାୟତାର ହାତ ବଢାଉଛନ୍ତି। କୋଟା ନିବାସୀ ବୈଜ୍ଞାନିକ ମୂର୍ତ୍ତଜା ଅଲ୍ଲୀ ଶହୀଦ ଯବାନଙ୍କ ପରିବାରକୁ ୧୧୦ କୋଟି ଟଙ୍କା ସାହାଯ୍ୟ କରିବେ ବୋଲି  କହିଛନ୍ତି। ଏ ସଂକ୍ରାନ୍ତରେ କଥା ହେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମୟ ମାଗିଛନ୍ତି। ମୂର୍ତ୍ତଜା ଅଲ୍ଲୀ ମୁମ୍ୱାଇର ଜଣେ ପ୍ରସିଦ୍ଧ ବୈଜ୍ଞାନିକ। ସହାୟତା ଦେବା ସଂପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଖୁବ ଶୀଘ୍ର ମୋଦିଙ୍କୁ ସେ ଭେଟିବେ । ମୂର୍ତ୍ତଜା ଅଲ୍ଲୀ ତାଙ୍କ ଟ୍ୟାକ୍ସେବଲ ଆୟରୁ ଏହି ସହାୟତା ଦେବେ।

{"id":90506,"width":594,"height":396}

ମୂର୍ତ୍ତଜା ଜନ୍ମରୁ ନେତ୍ରହୀନ। ମୂର୍ତ୍ତଜା କୋଟା କମର୍ସ କଲେଜରୁ ସ୍ନାତକ କରିଥିଲେ । ତାଙ୍କ ପରିବାରର ଅଟୋ ମୋବାଇଲର ବ୍ୟବସାୟ ଥିଲା । କିନ୍ତୁ ଏକ ଘଟଣା ତାଙ୍କ ଜୀବନ ବଦଳାଇ ଦେଇଥିଲା। ଥରେ କିଛି କାମ ଯୋଗୁଁ ସେ ରାଜସ୍ଥାନର ଜୟପୁର ଯାଇଥିଲେ। ସେଠାରେ ଯେତେବେଳେ ସେ ପେଟ୍ରଲ ପମ୍ପକୁ ଯାଇଥିଲେ। ସେଠାରେ ଜଣେ ତାଙ୍କ ମୋବାଇଲ ଫୋନ ରିସିଭ କରିବା ବେଳେ ନିଆଁ ଲାଗିଯାଇଥିଲା। ଏହାର କାରଣ ଜାଣିବା ପାଇଁ ସେ ଗବେଷଣା ଆରମ୍ଭ କରିଥିଲେ।

{"id":90507,"width":592,"height":364}

ଏହି ଗବେଷଣା ଦ୍ୱାରା ସେ ଫୁଏଲ ବର୍ଣ୍ଣ ରେଡିଅସନ ଟେକନୋଲୋଜିର ଆବିଷ୍କାର କରିଥିଲେ। କ୍ୟାମେରା ଓ ଅନ୍ୟ ଉପକରଣ ଦ୍ୱାରା ଯେକୌଣସି ବାହାନ ଟ୍ରେସ କରାଯାଏ। ମୂର୍ତ୍ତଜାଙ୍କ ଏହି ଟେକନୋଲୋଜି ଦ୍ୱାରା କୌଣସି ଉପକରଣ ବ୍ୟବହାର ନକରି ମଧ୍ୟ ବାହାନ ଟ୍ରେସ କରାଯାଇପାରିବ। ଏହି ଟେକନୋଲୋଜି ଆବିଷ୍କାର କରି ସେ ଯେଉଁ ଅର୍ଥ ଉପାର୍ଜ୍ଜନ କରିଥିଲେ ତାକୁ ସେ ଶହୀଦ ପରିବାରକୁ ଦେବା ପାଇଁ  ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପତ୍ରର ଜବାବ ମଧ୍ୟ ଦେଇଛନ୍ତି। ୨-୩ ଦିନ ମଧ୍ୟରେ ଉଭୟଙ୍କ ସାକ୍ଷାତ ହେବ ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.