‘ମର୍ଦାନୀ' ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କଲେ କୋଟାବାସୀ, ଓମ୍‌ ବିର୍ଲା କହିଲେ କାଳ୍ପନିକ କାହାଣୀରେ ଏମିତି କରିବା ଠିକ୍‌ ନୁହେଁ

Published By : Prameya-News7 Bureau | November 16, 2019 IST

ନୂଆଦିଲ୍ଲୀ୧୬/୧୧:  ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁର୍ଖାଜୀଙ୍କ ଆଗାମୀ ଫିଲ୍ମ ମର୍ଦାନୀ-୨କୁ ନେଇ ରାଜସ୍ଥାନର କୋଟାବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି। କୋଟା ସହରର ପୃଷ୍ଠଭୂମି ଉପ​‌ରେ ଆଧାରିତ ମର୍ଦାନୀ ୨ ଫିଲ୍ମ ବିରୋଧରେ କୋଟାର ସାସଂଦ ତଥା ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପାଖରେ ଅଭିଯୋଗ କରିଛନ୍ତି।

wp:html /wp:html

​‌କୋଟାବାସୀଙ୍କ କହିବା ଅନୁସାରେ ଶିକ୍ଷା କ୍ଷେତ୍ରରେ କୋଟା ସହର ବେଶ ପରିଚିତ। ଏହି ସହର ଆଖପାଖରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରହିଛି। ହେଲେ ମର୍ଦାନୀ ଫିଲ୍ମରେ କୋଟା ସହର ସଂପର୍କରେ ଅନ୍ୟ କିଛି ଦୃଶ୍ୟ ଦେଖାଯାଇଛି। ଗତ ଗୁରୁବାରରେ ମର୍ଦାନୀ ଫିଲ୍ମ ଟ୍ରେଲର ରିଲିଜ ହୋଇଛି ଯେଉଁ ଥିରେ କୋଟା ସହର ବାସ ରହୁଥିବା ଜଣେ ସିରିଏଲ ରେପିଷ୍ଟ ଓ ହତ୍ୟାକାରୀର ଚରିତ୍ର  ଦେଖାଯାଇଛି। କୋଟା ସହରରେ ଏଭଳି ଲୋକ ନାହାନ୍ତି ତେଣୁ ଯାହା ଦେଖାଯାଉଛି ତାହା କୋଟା ସହର ବିରୋଧ​ରେ ବୋଲି ଅଭିଯୋଗକାରୀ କହିଛନ୍ତି।

wp:core-embed/instagram {"url":"https://www.instagram.com/p/B0-LfhoB83z/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B0-LfhoB83z/?utm_source=ig_web_copy_link
/wp:core-embed/instagram

ଏ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି କୋଟାବାସୀ ମର୍ଦାନୀ ଫିଲ୍ମ ବିରୋଧରେ ଅଭିଯୋଗ କରିଛନ୍ତି। ଫିଲ୍ମରେ ସ୍ପଷ୍ଟ ଭାବେ କୋଟା ସହରର ନାମ ଉଲ୍ଲେଖ କରିବା ଠିକ୍‌ ନୁହେଁ ଏବଂ ଗୋଟିଏ କାଳ୍ପନିକ ଚଳଚ୍ଚିତ୍ରରେ କୋଟା ସହରକୁ ବଦ୍‌ନାମ କରିବା ଠିକ ନୁହେଁ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.