ବଢୁଛି କରୋନା ସଂକ୍ରମଣ, କୋଶଳା ପଞ୍ଚାୟତ ୭୨ ଘଣ୍ଟା ସଟ୍ ଡାଉନ୍

Published By : Prameya-News7 Bureau | August 19, 2020 IST

ଅନୁଗୋଳ ୧୯।୮: ଅନୁଗୋଳ ଜିଲ୍ଲାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ସଂଖ୍ୟା ଆସି ୫୪୮ରେ ପହଁଚିଛି । ଛେଣ୍ଡିପଦା କୋଶଳା ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ କୋଶଳା ସରପଞ୍ଚ ବିଳାସ ସାହୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସେହି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

wp:gallery {"ids":[316869]} /wp:gallery

ଫଳରେ ଦୋକାନ ବଜାର, ସାପ୍ତାହିକ ହାଟ ବନ୍ଦ ରହିଛି । ଲୋକଙ୍କ ଯାତାୟତ ମଧ୍ୟ ରହିଛି । ଅନ୍ୟ ଅଞ୍ଚଳରୁ ଏହି ଅଞ୍ଚଳକୁ କେହି ନ ଆସିବା ପାଇଁ ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇଛନ୍ତି ।

{"id":316870,"sizeSlug":"large"}

ଯେହେତୁ ଏହି ଅଞ୍ଚଳରେ ୧୫ ହଜାର ଲୋକ ବସବାସ କରନ୍ତି ସଂକ୍ରମଣ ବଢିବାର ଆଶଙ୍କା ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.