୬୦ ଅଣ୍ଡାରେ ସେଫ୍ ତିଆରି କଲେ ବିଶାଳ ଅମଲେଟ୍: ରେସିପି ପୋଷ୍ଟ କରୁ କରୁ ହେଲା ଭାଇରାଲ୍

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭/୧୦ : ରୋଷେଇ ସୌଖିନ ଲୋକେ ସବୁବେଳେ ନୂଆ ନୂଆ ରେସିପି ଟ୍ରାଏ କରିଥାନ୍ତି। ବିଭିନ୍ନ ପ୍ରକାର ନୂଆ ନୂଆ ରୋଷେଇ ମାଧ୍ୟମରେ ଏମାନେ ଲୋକଙ୍କୁ ନିଜ ପାକ କଳାରେ ଆକର୍ଷିତ ମଧ୍ୟ କରିଥାନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏମିତି ଏକ ରେସିପି ଖୁବ ଭାଇରାଲ ହୋଇଛି। ୬୦ଟି ଅଣ୍ଡାରେ ତିଆରି ହୋଇଥିବା ବିଶାଳ ଅମଲେଟର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଛି।

{"id":351743,"sizeSlug":"large"}

ଭାଇରାଲ ଭିଡିଓରେ ଜଣେ କୋରିୟାନ୍ ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର୍ ଗ୍ରାହକଙ୍କ ପାଇଁ ଅମଲେଟ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ବିଶାଳ ଅମଲେଟ ରେସିପି ସେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଛନ୍ତି। ପୋଷ୍ଟ କରୁ କରୁ ଭିଡିଓ ନିଆଁ ଭଳି ଭାଇରାଲ ହୋଇଛି। ୟୁଜର୍ସ ମଧ୍ୟ ସେଫଙ୍କ ବହୁତ ପ୍ରଶଂସା କରିଛନ୍ତି।

{"id":351746,"sizeSlug":"large"}

ଭିଡିଓରେ ଦେଖିପାରିବେ, ସେଫ ଏକ ବଡ ବାସନରେ ୬୦ଟି ଅଣ୍ଡା ଭାଙ୍ଗିଛନ୍ତି। ଏହାପରେ ଲୁଣ ପକାଇ ଭଲ ଭାବେ ଫେଣ୍ଟିଛନ୍ତି। ଏହାପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କୋରା ଗାଜର ଓ ମାଂସ ଟୁକୁଡା ପକାଇଛନ୍ତି। ଏହାପରେ ଏକ ଫ୍ଲାଟ୍ ତାୱାରେ ଅମଲେଟର ଅନେକ ପରସ୍ତ ପକାଇଛନ୍ତି। ପରେ ସେ ଏହାକୁ ଏକ ବଡ ବ୍ରେକରେ ରୋଲ କରିଦେଇଛନ୍ତି। ଭିଡିଓର ସବୁଠାରୁ ଆକର୍ଷଣୀୟ ପାର୍ଟ, ଯେତେବେଳେ ସେ ଅମଲେଟକୁ ସ୍ଲାଇସରେ କାଟିଥାନ୍ତି। କାଟିବା ପରେ ଅମଲେଟର ସବୁ ଲେୟର ବା ପରସ୍ତ ମଧ୍ୟ ସ୍ପଷ୍ଟ ନଜର ଆସୁଛି। ଏହାପରେ ପ୍ରତ୍ୟେକ ସ୍ଲାଇସକୁ ଏକ କଣ୍ଟେନରରେ ପ୍ୟାକ କରି ଏକ ଝରକା ସେଲ୍ଫରେ ରଖିଦିଅନ୍ତି।

wp:core-embed/youtube {"url":"https://www.youtube.com/embed/HNmmKCDxn7w","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/HNmmKCDxn7w
/wp:core-embed/youtube

ଭାଇରାଲ ଭିଡିଓ ୟୁଟ୍ୟୁବ୍ ଚାନେଲ୍ 'ୟମ୍ମି ବଏ'ରେ ପୋଷ୍ଟ କରାଯାଇଛି। ଏହି ଭିଡିଓରେ କ୍ୟାପସନ୍ ଦିଆଯାଇଛି “Street food in depth and not boring!" ଚାନେଲ୍ ଅମଲେଟ୍ ରୋଲର ମୂଲ୍ୟ ମଧ୍ୟ ସେୟାର କରିଛି ଯାହା KRW 2,000 (USD 1.7) ରଖାଯାଇଛି। ଯେଉଁ ସ୍ଥାନରେ ଅମଲେଟ୍ ତିଆରି କରାଯାଇଛି ସେହି ସ୍ଥାନର ମଧ୍ୟ ଖୁଲାସା କରାଯାଇଛି (Pyeongtaek Tongbok Market Gyeonggi-do Korea)। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୭ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି ଓ ୬ ହଜାରରୁ ଅଧିକ ଲୋକ ପ୍ରତିକ୍ରିୟା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.