Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ଓଡିଶାରେ ପୁଞ୍ଜି ବିନିଯୋଗ କରିବ କୋରିଆ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୋରିଆ ଶିଳ୍ପ ପ୍ରତିନିଧି ଦଳ

23/09/2019 at 2:47 PM

ଭୁବନେଶ୍ବର ୨୩।୯: ଓଡିଶାରେ ପୁଞ୍ଜିନିବେଶ କରିବା ଲାଗି ଦକ୍ଷିଣ କୋରିଆ ଆଗ୍ରହ ପ୍ରକାଶ କରିଛି ।  କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲ୍ ଙ୍କ ନେତୃତ୍ବରେ ୪୬ଜଣିଆ କୋରିଆ ଶିଳ୍ପ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛିନ୍ତି ।

ଶିଳ୍ପ ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ର କହିଛନ୍ତି ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା ହୋଇଛି । ଏଥିପାଇଁ ପୁଞ୍ଜି ଖଟାଇବେ ସାମସଙ୍ଗ୍, ହୁଣ୍ଡାଇ, କିଆ ମୋଟର୍ସ ଏବଂ ଏଲଜି । ବିଶେଷକରି ଆଲୁମିନିୟମ, ଇଲେକ୍ଟ୍ରୋନିକ୍, କୃଷି, ମତ୍ସ୍ୟ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ କୋରିଆ ରାଷ୍ଟ୍ରଦୂତ କହିଛନ୍ତି ଯେ, ପୁଞ୍ଜି ନିବେଶ ପାଇଁ କୋରିଆ ପ୍ରସ୍ତୁତ ରହିଛି । ଏପରିକି ଇସ୍ପାତ ଶିଳ୍ପରେ ମଧ୍ୟ ପୁଞ୍ଜି ନିବେଶ କରିବା ପାଇଁ କୋରିଆ ପ୍ରସ୍ତୁତ । ବିଗତ ଦିନର ଅଭିଜ୍ଞତା ନେଇ ଆଗକୁ ସବୁ କାମ କରାଯିବ ।

ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କାର ପସ୍କୋ ପ୍ରକଳ୍ପ ହୋଇପାରିଲାନାହିଁ । ନଚେତ୍ ରାଜ୍ୟରେ ସର୍ବ ବୃହତ ଏକକ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଥାନ୍ତା । ତେବେ ବିଭିନ୍ନ କ୍ଷେତ୍ରରେ ସଂପର୍କ ବୃଦ୍ଧି ପାଇଁ ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । କୋରିଆ ପ୍ରତିନିଧି ଦଳ ଓଡିଶାରେ ବ୍ୟବସାୟିକ ପରିବେଶର ପ୍ରତ୍ୟେକ୍ଷ ଅନୁଧ୍ୟାନ କରିବେ ବୋଲି କୋରିଆ ରାଷ୍ଟ୍ରଦୂତ କହିଛନ୍ତି ।  

   Related Posts