Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଦୁର୍ନୀତି ନିବାରଣ ବିଭାଗର କଚ୍ଛପଗତି: ଜୟପୁର ପୌର ପାଳିକାରେ ହୋଇଥିବା ବିଭିନ୍ନ ଦୁର୍ନୀତି ଓ ଆର୍ଥିକ ଅନିୟମିତତାର ଫାଇଲ ବର୍ଷ ବର୍ଷ ଧରି ଭିଜିଲାନ୍ସ ପାଖରେ ପଡ଼ି ରହିଛି , କ୍ରାଇବ୍ରାଂଚ ତଦନ୍ତ ଦାବି

15/11/2018 at 9:08 PM

ଜୟପୁର୧୫|୧୧: ବର୍ଷ ବର୍ଷ ଧରି ସରୁନି ତଦନ୍ତ । ଜୟପୁର ପୌର ପାଳିକାରେ ହୋଇଥିବା ବିଭିନ୍ନ ଦୁର୍ନୀତି ଓ ଆର୍ଥିକ ଅନିୟମିତତାର ଫାଇଲ ବର୍ଷ ବର୍ଷ ଧରି ଭିଜିଲାନ୍ସ ପାଖରେ ପଡ଼ି ରହିଛି । କେତେବେଳେ କର୍ମଚାରୀ ଅଭାବ ତ ଆଉ କେତେବେଳ ତଦନ୍ତରେ ଅସହଯୋଗର କଥା କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଛି ଭିଜିଲାନ୍ସ । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ  ଏପର୍ଯ୍ୟନ୍ତ କ୍ଳୋଜର ରିପୋର୍ଟ ଦାଖଲ କରାଯାଇନାହିଁ । ଯଦି ପୂର୍ବ ଦୁର୍ନୀତିର ତଦନ୍ତ ସରିନି ତେବେ ଗଲା ମାସରେ ହୋଇଥିବା ଷ୍ଟଲ ଆବଣ୍ଟନ ଦୁର୍ନୀତିର ତଦନ୍ତ ଭିଜିଲାନ୍‌ସ୍‌ କିଭଳି କରିବ ତାକୁ ନେଇ ଉଠିଛି ପ୍ରଶ୍ନ ।….

ବର୍ଷ ପରେ ବର୍ଷ ଗଡ଼ୁଛି । ହେଲେ ସରୁନି ତଦନ୍ତ ।  ଜୟପୁର ପୌର ପାଳିକାର ୭୫ଟି ଫାଇଲକୁ ଜବତ କଲା ଭିଜଲାନ୍ସ । ହେଲେ ନା ସାମ୍ନାକୁ ଆସିଛି ରିପୋର୍ଟ ନା ପ୍ରମାଣ ହୋଇଛି ଦୁର୍ନୀତି।  ୨୦୦୩ରୁ ୨୦୧୬,  ଏହି ୧୩ ବର୍ଷ ଭିତରେ ଜୟପୁର ପୌର ପାଳିକାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଦାୟିତ୍ବ ନେଇଥିଲା ଭିଜଲାନ୍ସ । ହେଲେ ଆଜି ଯାଏ ତଦନ୍ତ ସରିପାରିଲାନି । କେତେବେଳ କର୍ମଚାରୀ ଅଭାବ ତ ଆଉ କେତେବେଳ ପୌର ପାଳିକା ସହଯୋଗ କରୁନଥିବା କହି ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇଚାଲିଛି। ଆଉ ତଦନ୍ତରେ ବିଳମ୍ବ  ଦୁର୍ନୀତିଖୋରଙ୍କୁ   ବେଶ ସୁହାଇଛି ।  ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଥିଲେ ମଧ୍ୟ ଭିଜିଲାନ୍ସ କ୍ଳୋଜର ରିପୋର୍ଟ ଦାଖଲ କରିନଥିବା ନେଇ ଉଠିଛି ପ୍ରଶ୍ନ ।

ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି କଲ୍ୟାଣ ମଣ୍ଡପ, ଅଡିଟୋରିଅମ, ଷ୍ଟଲ ନିର୍ମାଣ ଓ ଏହାର ଆବଣ୍ଟନରେ ବ୍ୟାପକ ଅନିୟମିତା ଅଭିଯୋଗ ହୋଇଥିଲା । ସେହିଭଳି ସଫେଇ ଟେଣ୍ଡର, ଫିନାଇଲ କିଣା, ପ୍ରୋକ୍ଲେନ୍‌ କିଣାରେ ବି ଦୁର୍ନୀତି ଗନ୍ଧ ବାରିଥିଲେ ସାଧାରଣ ଲୋକେ । ହେଲେ ଏତେ ଦିନ ଧରି ଏସବୁର ତଦନ୍ତ କରୁଥିବା ଭିଜିଲାନ୍ସ ଦୁର୍ନୀତିଖୋରଙ୍କ  ପର୍ଦ୍ଦାଫାସ କରିବାରେ ଫେଲ ମାରିଥିବାରୁ ଏହାକୁ ସମାଲୋଚନା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଏମିତିରେ ଗଲା ମାସରେ ଷ୍ଟଲ ଆବଣ୍ଟନରେ ହୋଇଥିବା ଦୁର୍ନୀତି ଭିଜଲାନ୍ସ ବଦଳରେ କ୍ରାଇମବ୍ରାଞ୍ଚକୁ ଦିଆଯାଉ ବୋଲି ଦାବି ହୋଇଛି ।

   Related Posts