ଆଖି ବୁଜିଲା କୋରାପୁଟ ପୋଲିସର ସନ୍ଧାନୀ କୁକୁର ଗ୍ରେସିଇ

Published By : Prameya-News7 Bureau | November 24, 2020 IST

ଜୟପୁର ୨୪।୧୧: କୋରାପୁଟ ପୋଲିସ ବିଭାଗର ୯ ବର୍ଷ ବୟସ୍କ ସନ୍ଧାନୀ ମାଈ କୁକୁର ଗ୍ରେସିଇର ମୃତ୍ୟୁ ହୋଇଛି । ଗ୍ରେସିଇର ମୃତ୍ୟୁରେ ଜିଲ୍ଲା ପୋଲିସ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି । ଏହାସହ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଗ୍ରେସିଇକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରାଜ୍ୟ ପୋଲିସ ମିଟ୍ ପ୍ରତିଯୋଗିତାରେ ଭାଗନେଇ ୨୦୧୬ରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ମେଡାଲ ପାଇଥିଲା ଗ୍ରେସିଇ । ସେହିପରି ୨୦୧୭ ଓ ୨୦୧୮ରେ ତୃତୀୟ ସ୍ଥାନ ହାସଲ କରିଥିଲା ।

{"id":366817,"sizeSlug":"large"}

୨୦୧୧ ମସିହା ନଭେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ଗ୍ରେସିଇକୁ ସ୍ବତନ୍ତ୍ର ଭାବେ ତାଲିମ ନେଇଥିଲା । ମଧ୍ୟପ୍ରଦେଶ ରାଜ୍ୟର ଗୱ୍ବାଲିୟର ନିକଟ ଟେକନାପୁର ବିଏସଏଫର ଜାତୀୟ କୁକୁର ପ୍ରଶିକ୍ଷଣ କେନ୍ଦ୍ରରେ ଗ୍ରେସିଇତାଲିମ ପାଇଥିଲା । ୨/୦୪/୨୦୧୨ ରୁ ୮/୧୨/୨୦୧୨ ପର୍ଯ୍ୟନ୍ତ ତାଲିମ ନେଇ ବି-ଗ୍ରେଡ୍ ହାସଲ କରିଥିଲା ।

{"id":366820,"sizeSlug":"large"}

ତାଲିମ ପରେ ପ୍ରଥମେ ୨୦୧୩ ଓ ୨୦୧୮ରେ ନବରଙ୍ଗପୁରରେ ୨୦୧୬ରେ କଳାହାଣ୍ଡି ଓ ୨୦୧୮ ମସିହା ଜୁଲାଇ ୮ରୁ କୋରାପୁଟରେ ଆବସ୍ଥାପିତ କରାଯାଇଥିଲା । ବହୁ ମାମଲାରେ ତଦନ୍ତ ବେଳେ ପୋଲିସକୁ ସଫଳତା ପ୍ରଦାନ କରିଥିଲା । ୨୩ ତାରିଖ ସକାଳ ୬ଟା ୨୦ ମିନିଟରେ ତାର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.