କୋରାପୁଟ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ଵିରୋଧ । ଧାରଣାରେ ଵସିଲେ କୋରାପୁଟ ଵିଧାୟକ

Published By : Prameya-News7 Bureau | August 04, 2018 IST

କୋରାପୁଟ ୪/୮: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥାନାନ୍ତରକୁ ଵିରୋଧ। ଵିରୋଧ କରି ଧାରଣାରେ ବସିଲେ କୋରାପୁଟ ଵିଧାୟକ କୃଷ୍ଣଚନ୍ଦ୍ର ସଗରିଆ,ପୂର୍ଵତନ ଵିଧାୟକ ନିମାଇ ସରକାର ଓ ଡିସିସି କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ। । ଗତ ଵର୍ଷ କୋରାପୁଟ ଠାରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ କୋରାପୁଟ ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁର ସ୍ଥାନାନ୍ତର କରିଵାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ଥିଲେ। ଏ ନେଈ ପ୍ରକ୍ରିୟା ଆରମ୍ଭ ହେଈଥିବା ଵେଳେ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ତେଵେ କୋରାପୁଟଠାରେ ଆବଶ୍ୟକ ଡାକ୍ତର ପଦଵୀ ପୁରଣ ନକରି ସରକାର ତରଵରିଆ ଭାବେ ରାଜନୈତିକ ଚାପରେ ଏପରି ସ୍ଥାନାନ୍ତର କରୁଥିବା ବିଧାୟକ ଅଭିଯୋଗ କରିଛନ୍ତି। ଦାଵୀ ପୁରଣ ନ ହେଵା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଚାଲିଵ ଵୋଲି ବିଧାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.