Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆନ୍ଧ୍ର କମ୍ପାନୀ ସହ ହାତ ମିଳାଇଛନ୍ତି ଓଡିଶା ସରକାରୀ ବାବୁ : ସଂରକ୍ଷିତ ଜଙ୍ଗଲ ଆଇନ ୧୯୮୦ର ଖୋଲାଖୋଲି ଉଲ୍ଲଂଘନ

9/06/2020 at 5:54 PM

ଜୟପୁର ୦୯/୦୬ : ଆନ୍ଧ୍ର କମ୍ପାନୀ ପାଇଁ ବାବୁଙ୍କ ଅହେତୁକ ଅନୁକମ୍ପା । କମ୍ପାନୀ ପାଇଁ ଏତେ ଦରଦ ଯେ ସବୁ ଆଇନକୁ ଦଳି ମକଚି ଦେଲେ । ଏକଥା ଆମେ କହୁନୁ । କୋରାପୁଟ ଗୁଲୁମୀଠାରେ ଚାଲିଥିବା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ତଥାପି ବି କାମ ତା ବାଟରେ ଚଲାଇଛନ୍ତି

ଆଇନ ଭାଙ୍ଗୁଛି ଆନ୍ଧ୍ର କଂପାନୀ । ଆଉ ଏଥିରେ ସହାୟତା କରୁଛନ୍ତି ଓଡ଼ିଶାର ସରକାରୀ ବାବୁ । ସଂରକ୍ଷିତ ଜଙ୍ଗଲ ଆଇନ ୧୯୮୦ର ଚାଲିଛି ଖୋଲା ଉଲ୍ଲଂଘନ । କୋରାପୁଟ କୋଟପାଡ଼ ଗୁଲୁମୀଠାରେ ୧୫ ମେଗାୱାଟର କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଆନ୍ଧ୍ରର ଶ୍ରାବଣୀ ଏନର୍ଜିକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ। କୋଲାବ ନଦୀ ଉପରେ ୪ ମିଟର ଉଚ୍ଚ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ଅନୁମତି ମିଳିଥିଲା।  ହେଲେ କମ୍ପାନୀ ଡିଜାଇନ ପରିବର୍ତ୍ତନ କରି ୧୨ ମିଟର ଉଚ୍ଚତାରେ ପ୍ରକଳ୍ପ ନିର୍ମାଣ କରୁଛି । ଟନେଲ ବଦଳରେ ବ୍ୟାରେଜ ନିର୍ମାଣ ଚାଲିଛି  । ଏପରିକି ଅନୁମତି ମିଳିବା ପୂର୍ବରୁ ଏହି କମ୍ପାନି ୪.୭୨ ଏକର ସଂରକ୍ଷିତ ଜଙ୍ଗଲକୁ ନିଜ ଅକ୍ତିଆରକୁ ନେଇଛି । ଏ ନେଇ ଜୟପୁରର ବରିଷ୍ଠ ବୁଦ୍ଧିଜୀବୀ ମଞ୍ଚ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ବେଆଇନ ନିର୍ମାଣ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ବି କାମ ବନ୍ଦ ହୋଇନଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ଗୁଲୁମୀଠାରେ ଏହି କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ପାଇଁ ରାଜ୍ୟ ସରକାରଙ୍କ ବୈଷୟିକ କମିଟି ୨୦୦୮ରେ ଅନୁମତି ଦେଇଥିଲା। ୨୦୧୦ରେ MoU ସ୍ବାକ୍ଷରିତ ହୋଇଥିଲା । ୨ ବର୍ଷ ମଧ୍ୟରେ ନିର୍ମାଣ ସାରିବାକୁ ଥିଲେ ବି କମ୍ପାନୀ ଏହା ସାରି ପାରିନଥିଲା । ଏହା ସତ୍ତ୍ବେ ବି କମ୍ପାନିକୁ Extention ମିଳିଲା । କେଉଁ ପରିସ୍ଥିତିରେ ଏକ୍ସଟେନ୍‌ସନ ଦିଆଗଲା ? ସେନେଇ ପ୍ରଶ୍ନ ଉଠିଛି । ତତ୍କାଳୀନ DFO ଏବଂ ACFOଙ୍କୁ ଦାୟୀ କରିଛି ବରିଷ୍ଠ ବୁଦ୍ଧିଜୀବୀ ମଂଚ । ରାଜ୍ୟ ସରକାର ନିଜେ ଏଠାରେ ୨୬୫ ମେଗାୱାଟର ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରନ୍ତୁ ବୋଲି ମଂଚ ଦାବି କରିଛି  ।

   Related Posts