Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ମୁମ୍ବାଇ ଏଟିଏସ୍ ଟାର୍ଗେଟ୍‌ରେ କୋରାପୁଟ ଗଞ୍ଜେଇ ମାଫିଆ : ଜଣେ ଗିରଫ, ସ୍କାନରରେ ଆଉ ୧୦

11/01/2021 at 10:42 AM

ଜୟପୁର ୧୧।୧: ମୁମ୍ବାଇ ଏଟିଏସ ଟାର୍ଗେଟରେ କୋରାପୁଟ ଜିଲ୍ଲାର ଗଂଜେଇ ମାଫିଆ । ରବିବାର ଜୟପୁର କଳାଗୁଡା ଗାଁରୁ ଖଗପତି ପାଙ୍ଗୀକୁ ଗଂଜେଇ ଲିଙ୍କରେ ମୁମ୍ବାଇ ଏଟିଏସର ସ୍ବତନ୍ତ୍ର ଟିମ୍ ଗିରଫ କରିବା ପରେ ପୁଣି ଥରେ ଏହି ଟିମ ଜୟପୁର ଆସିବ ବୋଲି ସୂଚନା ମିଳିଛି । ଗିରଫ ଖଗପତିକୁ ପଚରାଉଚୁରା ପରେ ଆହୁରି ୧୦ ଜଣ ଏହି ଚୋରା ଗଂଜେଇ କାରବାରରେ ସାମିଲ ଥିବା ଏଟିଏସ ଜାଣିବାକୁ ପାଇଛି । ତେଣୁ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ ।

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗଂଜେଇ ଲିଙ୍କ୍ ସାମ୍ନାକୁ ଆସିବା ପରେ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ହିଁ ଏହି ଗଂଜେଇ ମୁମ୍ବାଇକୁ ଚାଲାଣ ହେଉଥିବା ମୁମ୍ବାଇ ଏଟିଏସ ଜାଣିବାକୁ ପାଇଛି । ଆଉ ଏହି ଆଧାରରେ ଏଟିଏସର ତଦନ୍ତ ସମୟରେ ଖଗପତିର ନାଁ ସାମ୍ନାକୁ ଆସିଥିଲା । ଏ ନେଇ ନାଗପୁରରେ ଏକ ମାମଲା ରୁଜୁ କରି ଜୟପୁର ସଦର ପୋଲିସ ସହାୟତାରେ ମୁମ୍ବାଇ ଏଟିଏସ ଜୟପୁରରେ ପହଞ୍ଚି ଖଗପତିକୁ ଉଠାଇ ନେଇଥିଲା ।

   Related Posts