ଧରାପଡ଼ିଲା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ମିଛ : କୁନ୍ଦୁଲି ପିଡୀତା ଖାଲି ବାହାନା, ବିଏସପିରେ ମିଶିବା ପାଇଁ ଦେବେ ଇସ୍ତଫା

Published By : Prameya-News7 Bureau | October 31, 2018 IST

କୋରାପୁଟ ୩୧/୧୦ : ଧରାପଡ଼ିଲା କୃଷ୍ଣ ସଗରିଆଙ୍କ ମିଛ । କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ସେ ବିଧାୟକ ପଦରୁ ଇସ୍ତଫା ଦେଉନାହାନ୍ତି, ବରଂ ନିଜର ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ପାଇଁ ଇସ୍ତଫା ଦେଉଛନ୍ତି । କଂଗ୍ରେସ ଛାଡ଼ି ବହୁଜନ ସମାଜ ପାର୍ଟିରେ ମିଶିବା ପାଇଁ କୃଷ୍ଣ ଏମିତି ଡ୍ରାମା କରୁଛନ୍ତି । ଏପଟେ ପରିବାର ଲୋକ ଏବଂ କୁନ୍ଦୁଲି କମିଶନ ସ୍ବତନ୍ତ୍ର କାଉନସେଲଙ୍କ ଯୁକ୍ତି ମଧ୍ୟ କୃଷ୍ଣ ଡ୍ରାମା କରୁଛନ୍ତି ବୋଲି ପ୍ରମାଣିତ କରିଛି… ପ୍ରକୃତରେ ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ପାଇଁ କୃଷ୍ଣ ସଗରିଆ ହାତ ଛାଡ଼ି ହାତୀ ଧରିବାକୁ ଯାଉଛନ୍ତି । ଦଳିତ ରାଜନୀତି କରିବାକୁ ଯାଇ କୁନ୍ଦୁଲି ପ୍ରସଙ୍ଗକୁ ମୋହରା ବନାଉଛନ୍ତି । କୁନ୍ଦୁଲି ଘଟଣାକୁ ସାହାରା କରି କୋରାପୁଟରେ ବହୁଜନ ସମାଜ ପାର୍ଟିର ମୂଳଦୂଆ ପକାଇବା ଯୋଜନାରେ ଅଛନ୍ତି ସେ । ତେବେ କୃଷ୍ଣ ସଗରିଆ ଆଗରୁ ଭିତିରିଆ ବିଏସପିରେ ଥିଲେ, ଏବେ ସେ କଂଗ୍ରେସ ଛାଡ଼ିଲେ କିଛି ଫରକ୍ ପଡ଼ିବନି ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି । ସେହିଭଳି କଂଗ୍ରେସ ଉପ ସଭାପତି ଅନନ୍ତ ସେଠୀ, ତାଙ୍କ ନୈତିକତା ଏବଂ ମାନବିକତା ନେଇ ପ୍ରଶ୍ନ ଉଠାଇଛନ୍ତି । କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା ଡ୍ରାମାର ପୋଲ୍ ଖୋଲି ଦେଇଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଏବଂ ଘଟଣାର ତଦନ୍ତ କରୁଥିବା କମିଶନଙ୍କ କାଉନସିଲ୍ । ଯଦି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ତାହେଲେ ପ୍ରଦୀପ ମାଝୀ ଏବଂ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ ରିବାକୁ ସେମାନେ ଯୁକ୍ତ ବାଢ଼ିଛନ୍ତି ସେପଟେ କୁନ୍ଦୁଲି ଘଟଣାର ତଦନ୍ତ କରୁଥିବା କମିଶନଙ୍କ ସ୍ବତନ୍ତ୍ର କାଉନସେଲ ପ୍ରଭାକର ପଟ୍ଟନାୟକ କହିଛନ୍ତି, ସତ୍ୟପାଠ ଦାଖଲ ପାଇଁ କୃଷ୍ଣ ସଗରିଆଙ୍କୁ ବାରମ୍ବାର ନୋଟିସ୍ ହୋଇଥିଲେ ମଧ୍ୟ ସେ ଦାଖଲ କରୁନାହାନ୍ତି । ତଦନ୍ତରେ ସହଯୋଗ ପାଇଁ ସତ୍ୟପାଠ ଦାଖଲ କରୁନାହାନ୍ତି, କିନ୍ତୁ ରାଜନୈତିକ ସ୍ବାର୍ଥ ସାଧନ ପାଇଁ କୁନ୍ଦୁଲି ପୀଡ଼ିତାଙ୍କ ନାଁ ନେଉଛନ୍ତି । ଧନ୍ୟ କହିବ ସଗରିଆଙ୍କୁ … ଧନ୍ୟ କହିବ ତାଙ୍କ ଡ୍ରାମାକୁ … ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.