ବଢୁଛି କରୋନା ସଂକ୍ରମଣ, ୪୮ ଘଣ୍ଟା ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ସଟ୍ ଡାଉନ୍

Published By : Prameya-News7 Bureau | July 30, 2020 IST

ଜୟପୁର ୩୦।୭: ବଢୁଛି କରୋନା ସଂକ୍ରଣ । ୪୮ ଘଣ୍ଟା ପାଇଁ ସମଗ୍ର କୋରାପୁଟ ଜିଲ୍ଲା ସଟ୍ ଡାଉନ୍ । ଆଜି ରାତି ୧୨ଟାରୁ ଶନିବାର ରାତି ୧୨ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ବଳବତ୍ତର ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଜିଲ୍ଲାକୁ ସଟ୍ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସଟ୍ ଡାଉନ୍ ନେଇ କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲାରେ ଆଉ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.