କୋରାପୁଟର ଡ୍ୟାନ୍ସିଂ ଶିକ୍ଷକ କଲେ ଏମିତି କାମ, ସମସ୍ତଙ୍କ ମୁହଁରେ ପ୍ରଶଂସା

Published By : Prameya-News7 Bureau | November 22, 2019 IST

ଜୟପୁର ୨୨।୧୧: ପୁଣି ଥରେ ଚର୍ଚ୍ଚାରେ କୋରାପୁଟର ଡ୍ୟାନ୍ସିଂ ସାର ପ୍ରଫୁଲ୍ଲ କୁମାର ପାଠୀ । ହେଲେ ଏଥର ଡ୍ୟାନ୍ସ ନୁହଁ ବରଂ ଭିନ୍ନ ଏକ ଅନ୍ୟ କାରଣ ପାଇଁ । ନିଜର ଏକମାତ୍ର ପୁଅର ମୃତ୍ୟୁରେ ଭାଙ୍ଗି ପଡିବା ପରେ ପୁଅର ଇଚ୍ଛା ପୂରଣ ପାଇଁ ପୁଅ ନାଁରେ ନିର୍ମାଣ କରିଛନ୍ତି ଶବ ଦାହ ମଣ୍ଡପ। ଆଉ ଏଥିପାଇଁ ସମସ୍ତ ଖର୍ଚ୍ଚ ସେ ନିଜ ବହନ କରିଥିବା ବେଳେ ଆଗାମୀ ଦିନରେ ନିଜର ସମସ୍ତ ସଂଚିତ ଅର୍ଥ ପୁଅର ସ୍ମୃତିରେ ସମାଜର ମଙ୍ଗଳ ପାଇଁ ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି।

{"id":188149,"sizeSlug":"large"}

କିଛି ଦିନ ତଳେ ନାଚି ନାଚି ପିଲାଙ୍କୁ ପାଠ ପଢାଉଥିଲେ । ଆଉ ସାରଙ୍କ ଏପରି ପାଠ ପଢାଇବା ଅନ୍ଦାଜ କେବଳ ଆମ ରାଜ୍ୟ କାହିଁକି ଜାତୀୟ ସ୍ତରରେ ବି ଚର୍ଚ୍ଚିତ ହେ।ଇଥିଲା । ହେଲେ ଅନ୍ୟକୁ ହସାଉଥିବା କୋରାପୁଟର ପ୍ରଫୁଲ୍ଲ କୁମାର ପାଠୀଙ୍କ ଆଖିରେ ଏବେ ଲୁହ । ନିଜର ଏକ ମାତ୍ର ଭେଣ୍ଡିଆ ପୁଅକୁ ଅକାଳରେ ହରାଇ ଭାଙ୍ଗି ପଡିଛନ୍ତି  ପାଠୀ ପରିବାର। ପୁଅର ସବୁ ସ୍ମୃତି ଏବେ ତା ବେଡ୍ ରୁମର ଲାଇବ୍ରେରୀ ଓ ମୋବାଇଲରେ ସାଇତା ହୋଇରହିଛି ।

{"id":188150,"sizeSlug":"large"}

ପୁଅର ସ୍ମୃତିକୁ ସବୁଦିନ ଅମର କରିବା ଉଦ୍ଦେଶ୍ୟରେ ପୁଅ ନାଁରେ ନିର୍ମାଣ କରିଛନ୍ତି ଆଶୁତୋଷ ଶବ ଦାହ ମଣ୍ଡପ। ଆଉ ଏଥିପାଇଁ ସମସ୍ତ ଖର୍ଚ୍ଚ ନିଜେ ବହନ କରିଛନ୍ତି ପାଠୀ ସାର। ଏହି ମଣ୍ଡପ ଲୋକର୍ପିତ ସମୟରେ ପାଠୀ ସାରଙ୍କ କୋହ ଆଉ ଲୁହ ଅନେକଙ୍କୁ ଭାବ ବିହ୍ବଳ କରି ଦେଇଥିଲା।

{"id":188151,"sizeSlug":"large"}

ଆଶୁତୋଷ ଭୁବନେଶ୍ୱର ଟିସିଏସରେ ସଫ୍ଟୱେର ଇଂଜିନିୟର ଭାବେ କାମ କରୁଥିବା ବେଳେ ବିବାହ ବି ସ୍ଥିର ହୋଇ ସାରିଥିଲା।ବାହାଘର ପୂର୍ବରୁ ୪ଜଣ ସାଙ୍ଗଙ୍କ ସହ ହିମାଚଳ ପ୍ରଦେଶର ପାହାଡ ଚଢିଥିଲେ ଆଶୁତେ।ଷ । କିନ୍ତୁ ଏହି ଯାତ୍ରା ତାଙ୍କ ପାଇଁ କାଳ ହେ।ଇଥିଲା । ଅକ୍ସିଜେନ ଅଭାବରୁ ଅସୁସ୍ଥ ହେ।ଇ ପଡିଥିଲେ ସେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେ।ଇଥିଲା ।

{"id":188148,"sizeSlug":"large"}

ପୁଅର ବିୟୋଗରେ ଭାଙ୍ଗି ପଡିଥିବା ପାଠୀ ପରିବାର ସମାଜସେବା କ୍ଷେତ୍ରରେ ନିଜକୁ ସମର୍ପି ଦେଇଛନ୍ତି। ଏପରିକି ଅବସର ପରେ ନିଜର ସଂଚିତ ସମସ୍ତ ସଂପତ୍ତି ସମାଜ ପାଇଁ ଉତ୍ସର୍ଗ କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି ପାଠୀ ସାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.